ବାହାଡ଼ାଝୋଲା ବନ୍ତଳା ବଡ଼ସାହିରୁ ୧୨ ଫୁଟ୍‌ର ଅହିରାଜ ସାପ ଉଦ୍ଧାର

3

ଓଡ଼ଗାଁ, ୧୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନର ବନ୍ତଳା ଗ୍ରାମ ବଡ଼ସାହିରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି। କେଳୁଚରଣ ସାହୁଙ୍କ ଭାଡ଼ି ଉପରୁ ଉଦ୍ଧାର ହୋଇଥିବା ଏହି ସାପର ଲମ୍ବ ପ୍ରାୟ ୧୨ ଫୁଟ୍‌ ଓ ଓଜନ ୧୧ କିଲୋଗ୍ରାମ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଖାଦ୍ୟ ଅନ୍ୱେଷଣରେ ଆସି ଅହିରାଜଟି ଭାଡ଼ି ଉପରେ ଥିବା ପରିବାର ଲୋକଙ୍କ ନଜରକୁ ଆସିଥିଲା। ଏ ନେଇ ଖବର ପାଇ ସାପ ଧରାଳି ଦୀପକ କୁମାର ନାୟକ ଅପରାହ୍ନ ପ୍ରାୟ ୪ଟାରେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ସାପଟିର ଲମ୍ବ ଓ ଓଜନ ମାପିବା ପରେ ତାକୁ ସୁରକ୍ଷିତ ଭାବେ ଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ଛାଡ଼ିବାର ବ୍ୟବସ୍ଥା କରିଥିଲେ।

Leave A Reply

Your email address will not be published.