କୁଚିଣ୍ଡା :ଓଡ଼ିଶାର ବିଶିଷ୍ଟ କବି ,ସାହିତ୍ୟିକ ଓ ଶିକ୍ଷାବିତ୍ ଡ଼.ମାୟା ଧର ମାନସିଂହ ଙ୍କ ଜୟନ୍ତୀ ଉତ୍ସବକୁ ମାନସିଂହ ଜୟନ୍ତୀ କମିଟିର ସଭାପତି ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୂଜାରୀଙ୍କ ସଭାପତିତ୍ବରେ କୁଟୁରାଚୁଆଁ କଲେଜ୍ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ଓ ଶିକ୍ଷାବିତ୍ ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ କବିଙ୍କ ଅମର ଲେଖନୀ ନିସ୍ରୁତ ଧୂପ ଓ ଆତ୍ମଜୀବନୀ ଶିକ୍ଷାବିତ୍ ର ଗାଥା ଉପରେ ଆଲୋଚନା କରି ସେ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଥିଲେ ବୋଲି କହିଥିଲେ ।ତାଙ୍କର ସମ୍ବଲପୁର ରହଣି ବେଳେ ଗଙ୍ଗାଧର ମେହେର କଲେଜ୍ ର ସୁବର୍ଣ୍ଣ ଯୁଗ ଥିଲା ବୋଲି ପ୍ରକାଶ କରିଥିଲେ । ଏଥିରେ ସ୍ଥାନୀୟ କଲେଜ୍ ର ଓଡ଼ିଆ ଅଧ୍ୟାପକ ସୁଧୀର ନାଏକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ମାନସିଂହ ଙ୍କ ଜୀବନୀ ଓ ଲେଖା ସମ୍ପର୍କରେ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ଅଧ୍ୟାପକ ସତ୍ୟନାରାୟଣ ପଟେଲ ସ୍ଵାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ଶେଷରେ ଜୟନ୍ତୀ କମିଟିର ସଭ୍ୟ ସତ୍ୟମ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସବର ଆୟୋଜକ ସରୋଜ ମେହେର,ସମିନ ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।