ପଦ୍ମପୁର:- ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳରେ ନକଲି ଔଷଧ ଓ କଫ୍ ସିରପ୍ ବିକ୍ରି ଅଭିଯୋଗରେ ପାଇକମାଳ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣର କଫ୍ ସିରପ୍, ଅନ୍ୟ ଔଷଧ ଓ ନଗଦ ଟଙ୍କା ଜବତ କରିଛି।ପୁଲିସ ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ସୁଜୁକି ଜିକ୍ସର୍ ବାଇକ୍, ୫ ଲିଟର କ୍ଷମତା ବିଶିଷ୍ଟ ଜାରକିନ୍ରେ ଥିବା ଔଷଧ, ୧୬ଟି ୧୦୦ ମିଲିଲିଟର ବିଶିଷ୍ଟ ୱିନ୍ସେରେକ୍ସ କଫ୍ ସିରପ୍, ୩ଟି ଖାଲି କଫ୍ ସିରପ୍ ବୋତଲ, ଦୁଇଟି ଭିଭୋ ମୋବାଇଲ୍ ଫୋନ୍, ୬,୭୦୦ ଟଙ୍କା ନଗଦ ଏବଂ ୧୫ଟି ଡିସ୍ପୋଜାଲ୍ ଗ୍ଲାସ୍ ରହିଛି।
ଏହି ଘଟଣାରେ ପାଇକମାଳ ଥାନାରେ କେସ୍ ନଂ ୨୯୫, ତା. ୧୨.୧୧.୨୦୨୬ରେ ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପାଇକମାଳ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.