କଲ୍ୟାଣପୁର/ପ୍ରଦୀପ ଦଲାଇ -କାଳ ବୈଶାଖୀ ଦାଉ ସାଧିଛି ଗରିବ ଗୌଡ଼ ପରିବାର ଉପରେ କେତେ ଆଶା କେତେ ଭରସା ନେଇ ଛେଳି ପାଳନ କରି ନିଜ ଘରର ଗୁଜୁରାଣ ମେଣ୍ଟାଉ ଥିବା ସହ କିଛି ଦିନ ପରେ ଝିଅକୁ ଶାଶୁ ଘରକୁ ପଠାଇବା ପାଇଁ ଆସା ରଖିଥିଲେ।କିନ୍ତୁ କାଳ ବୈଶାଖୀ ର ତାଣ୍ଡବ କରିଦେଲା କାଳ, ଏହି ଭଳି ଏକ ଦୁଃଖଦ ଘଟଣା ଟି ଘଟିଛି କୋଲନରା ବ୍ଲକ ଅନ୍ତର୍ଗତ ଗୁଆ କଣା ଗ୍ରାମରେ। ଆଜି ଅପରାହ୍ନ ସମୟ ରେ ଛେଳି ଚରାଇବା ପାଇଁ ନିକଟସ୍ଥ ପଡିଆକୁ ନେଇକି ଯାଇଥିଲେ |
ନବୀନ ଗୌଡ଼, ଚାନ୍ଦିବଂଶ ଲକିନାଥ ଓ ଗ୍ରାମ ର କିିଛି ଲକ ହଠାତ ୩ଟା ସମୟରେ କଳା ବାଦଲ ପବନ ଘଡଘଡି ସହ ବିଜୁଳି ଛମକି ବଜ୍ରପାତ ଘଟିଥିଲା। ଘଟଣା ସ୍ଥଳରେ ହିଁ ୨୮ ଟି ଛେଳିର ଜୀବନ ଛାଲିଯାଇ ଥିବା ବେଳେ, ମାଈ ବାଛୁରୀ ମଧ୍ୟ ଆଖି ବନ୍ଦ କରିଦେଇଥିବା ଦେଖି ଗରିବ ଗୌଡ ମାନେ କାନ୍ଦି କାନ୍ଦି ଥିବା ଦେଖିବାକୁ ମିଳିଛି। ସେମାନଙ୍କ ଦୁଃଖ ହୃଦୟଙ୍ଗମ କରି ପ୍ରଶାସନ ଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଅଂଚଳ ବାସୀ ଦାବୀ କରିଥିବା ଜଣା ପଡ଼ିଛି।
Sign in
Sign in
Recover your password.
A password will be e-mailed to you.