ସଭ୍ୟତା ଯେତେ ପ୍ରଗତି ପଥରେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ”ପ୍ରଗତି” ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ରଜ ମଉଜ ପାଳନ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ରଜ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀମତୀ ସସ୍ମିତା ମହାପାତ୍ର , ସମ୍ମାନିତ ବକ୍ତା ଆଚର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସଭାନେତ୍ରୀ କଳ୍ପନା ପଟ୍ଟନାୟକ , ଅନ୍ୟତମ ସ୍ବତନ୍ତ୍ର ଅତିଥି ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ପାଦିକା ତନୁଜା ଶତପଥି ବିବରଣୀ ପାଠ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପେଦେଷ୍ଟା ତଥା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।
ସଭ୍ୟତା ଯେତେ ପ୍ରଗତି ପଥରେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ ବୋଲି ବକ୍ତା ମାନେ କହିଥିଲେ।
ଏହି ଅବସରରେ ଓଡ଼ିଆ ତର୍କ , ଆରିସା କାକରା ପ୍ରସ୍ତୁତି , ପୁଚୀ ଖେଳ , ହୁଳହୁଳି ପ୍ରତିଯୋଗିତାରେ କେବଳ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନେ ଆକର୍ଷନୀୟ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଶେଷରେ ରଜ ନୃତ୍ୟ ପରିବେଷଣ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ସତ୍ୟ ପାଢ଼ୀ , ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ମୋହିନୀ ପ୍ରଧାନ , ସତ୍ୟ କାର୍ଜୀ ପରିଚାଳନା କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଶ୍ରୀମତୀ ସୁନୀତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.