ବଲାଙ୍ଗିର ବ୍ଲକ୍‌ର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର ଖେଳପଡ଼ିଆଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପଶୁସମ୍ପଦ ଅନୁଷ୍ଠିତ

8

ବଲାଙ୍ଗିର : ବଲାଙ୍ଗିର ବ୍ଲକ୍‌ର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର, ଖେଳପଡ଼ିଆଠାରେ ଆଜି ବ୍ଲକସ୍ତରୀୟ ମତ୍ସ୍ୟ ଓ ପଶୁସମ୍ପଦ ମେଳା-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଭାରପ୍ରାପ୍ତ ଉପନିର୍ଦ୍ଦେଶିକା ଡା. ସୋନାଲି ରାଉତଙ୍କ ତତ୍ତ୍ବାବଧାନରେ ଏହି ମେଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଲାଙ୍ଗିର
ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ,ବ୍ଲକ୍ ଅଧ୍ଯକ୍ଷା ଶ୍ରୀମତୀ ସରିତା ବାଗ, ଉପାଧ୍ଯକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା, ସାଂସଦଙ୍କ ପ୍ରତିନିଧୂ ଶ୍ରୀ ପୁରୁଷୋତ୍ତମ ସାହୁ ଏବଂ ସଦେଇପାଲି ସମିତି ସଭ୍ୟ ଶ୍ରୀ ଗୋଲାପ ବାଗ,ଡା ସାରଦା ପ୍ରସାଦ ସିଂ ବରିହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବଲାଙ୍ଗିର ବିଡିଓ ଶ୍ରୀ ହୃଷୀକେଶ ଗୋଣ୍ଡ ମେଳାରେ ସଭାପତିତ୍ୱ କରିଥିଲେ। ମେଳାରେ ମତ୍ସ୍ୟଚାଷ ଓ ପଶୁପାଳନକୁ ଏକ ଲାଭଜନକ ଜୀବିକା ତଥା ଆତ୍ମନିର୍ଭରଶୀଳତାର ମାଧ୍ୟମ ଭାବେ ଗଢ଼ିତୋଳିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଚାଷୀମାନଙ୍କୁ ଆଧୁନିକ ମତ୍ସ୍ୟଚାଷ ପ୍ରଣାଳୀ, ଉନ୍ନତ ପଶୁପାଳନ ପଦ୍ଧତି, ବିଭିନ୍ନ ସରକାରୀ ଯୋଜନା, ଆର୍ଥକ ସହାୟତା ଓ ସବସିଡି ସୁବିଧା ସମ୍ପର୍କରେ ବିଭାଗୀୟ ଅଧୂକାରୀମାନେ ଅବଗତ କରାଇଥିଲେ। ଚାଷୀମାନେ ପାରମ୍ପରିକ ଚାଷ ପଦ୍ଧତି ସହିତ ଆଧୁନିକ ଜ୍ଞାନକୌଶଳର ସମନ୍ବୟ କରି ନିଜର ଆୟ ବୃଦ୍ଧି କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଅତିଥ୍‌ମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବ୍ଲକ୍‌ର ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଶ୍ରେଷ୍ଠ ଚାଷୀମାନଙ୍କୁ ମାନପ‌ତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହିତ ଯୋଗ୍ୟ ହିତାଧୂକାରୀ ଚାଷୀମାନଙ୍କୁ ଗୋ-ହେଡ୍ ଯୋଜନାର ସବସିଡି ଚେକ୍ ବଣ୍ଟନ କରାଯାଇଥିଲା ଆର୍.ଆର୍. କଲୋନୀ ହାଇସ୍କୁଲ, ବଲାଙ୍ଗିରର ୫୦ ଜଣ ଛାତ୍ରଛାତ୍ରୀ ଏହି ମେଳାରେ ଯୋଗଦେଇ ମତ୍ସ୍ୟଚାଷ ଓ ପଶୁପାଳନ ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ଜ୍ଞାନ ଆହରଣ କରିଥିଲେ।

Leave A Reply

Your email address will not be published.