ଜଗତସିଂହପୁର, ତା ୧୧.୧୧.୨୦୨୬ ରିଖ:ଏତଦ୍ବାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଅଛି ଯେ, ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ କଳିଙ୍ଗ ବାଲିଯାତ୍ରା ଉତ୍ସବ, ୨୦୨୬ ତା. ୨୩.୧୧.୨୦୨୬ ରିଖ ଠାରୁ ତା. ୨୯.୧୧.୨୦୨୬ ରିଖ ପର୍ଯ୍ୟନ୍ତ ପାରାଦ୍ବୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ଠାରେ ମହା ସମାରୋହରେ ପାଳିତ କରାଯିବ । ଉକ୍ତ ଦିନ ମାନଙ୍କରେ ବାଲିଯାତ୍ରା ପଡିଆ ରେ ଦୋକାନ/ ଷ୍ଟଲ୍ କରିବା ପାଇଁ ଇଛୁକ ବ୍ୟକ୍ତି ମାନେ ତା.୧୧.୧୧.୨୦୨୬ ରିଖ ଠାରୁ ତା.୧୯.୧୧.୨୦୨୬ ରିଖ ମଧ୍ଯରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ ଙ୍କ କାର୍ଯ୍ୟାଳୟ ରେ ଆବେଦନ କରିପାରିବେ।