ବେଲଗୁଣ୍ଠା ୧୧/୧୧,-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଆଜି ସକାଳ ପାଞ୍ଚଟା ରେ ଭାରସାମ୍ୟ ହରାଇ ବ୍ରିଜ୍କୁ ଏକ ବୋଲୋରୋ ଧକ୍କା ଦେବା ଫଳରେ ମର୍ମତୁଦ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତୁ ହୋଇଥିବା ବେଳେ ଗାଡ଼ିରେ ଥିବା ୭ ଜଣ ଗୁରୁତ୍ତର ଆହତ ହୋଇଛନ୍ତି l
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ବରଗଡ଼ରୁ ମା ତାରାତାରିଣୀ ମନ୍ଦିର ଅଭିମୁଖେ ଯାଉଥିବା ବୋଲେରୋ ଯାହାର ନମ୍ବର ଓଡି -0୭ ଜି ୯୨୮୨, ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଏକ କଲଭଟ କୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ କହିରି ମାହାଙ୍କୁଡ଼ ଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରମୋଦ ମାହାଙ୍କୁଡ଼ (୪୪), ସୁଜାତା ପ୍ରଧାନ (୩୦), ବିନୋଦିନୀ ମାହାଙ୍କୁଡ଼ , ଗୌରୀ ମାହାଙ୍କୁଡ଼ , ଗୌତମ ମାହାଙ୍କୁଡ଼ , ଜିଶୋର ମାହାଙ୍କୁଡ଼ ଓ କୁମୁଦିନୀ ମାହାଙ୍କୁଡ଼ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ କହିରି ମାହାଙ୍କୁଡ଼ ଙ୍କୁ ମୃତ ଘୋଷଣା କରିଛନ୍ତି ଓ ଅନ୍ୟ କିଛି ଗୁରୁତ୍ତର ମାନଙ୍କୁ ବ୍ରହ୍ମପୁର ଏମକେସିଜି
କୁ ସ୍ଥାନାନ୍ତର କରାଯାଇଛି ।