ଜଗତସିଂହପୁର ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା ୨୦୨୬ ଉଦଯାପିତ

9

ଜଗତସିଂହପୁର ତା ୧୧/୧୧ / ୨୦୨୬ ଜଗତସିଂହପୁର ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ -୨୦୨୬ ପ୍ରତିଯୋଗିତା ଜିଲ୍ଲାଶିକ୍ଷା ଅଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତାରେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପରିସରରେ ତା ୧୦/୧୧/୨୬ ରିଖ ରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି l ପ୍ରାରମ୍ଭରେ ଜିଲ୍ଲାର ୬୨ଟି ସ୍କୁଲରୁ ଆସିଥିବା କୁନି ବୈଜ୍ଞାନିକମାନେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିଥିଲେ l ଉଦଯାପନୀ ଉତ୍ସବରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ, ଓଡିଶାର ଅଧ୍ୟକ୍ଷ ବନମାଳୀ ସାହୁ ମୁଖ୍ୟ ଅତିଥି, ବିଜ୍ଞାନ ଓ ଗବେଷଣା କେନ୍ଦ୍ର ନାଇଜରର ପ୍ରଫେସର ତପନ ମିଶ୍ର ମୁଖ୍ୟ ବକ୍ତା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ , ଅତିରିକ୍ତ ଶିକ୍ଷାଅଧିକାରୀ ଡ଼ ସୁଶାନ୍ତ ମହାନ୍ତି , ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ସଂଯୋଜକ ମନୋଜ କୁମାର ଦାସ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ମୂଲ୍ୟବାନ ମାର୍ଗଦର୍ଶନ କରିଥିଲେ l ଜିଲ୍ଲା ଶିଶୁ ବିଜ୍ଞାନ କଂଗ୍ରେସର ସଂଯୋଜକ ପଦରଜ ଉମାକାନ୍ତ ନାୟକ ଶିଶୁ ବିଜ୍ଞାନ କଂଗ୍ରେସ ସମ୍ପର୍କରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲାବେଳେ ଶିଶୁ ବିଜ୍ଞାନ କଂଗ୍ରେସର ଏକାଡେମିକ ସଂଯୋଜକ ଉତ୍କଳ ରଞ୍ଜନ ମହାନ୍ତି ଧନ୍ୟଵାଦ ପ୍ରଦାନ କରିଥିଲେ l ଦାମୋଦର ପଣ୍ଡା, ସୁଧାଂଶୁ ମହାପାତ୍ର, ଶରତ ଚନ୍ଦ୍ର ମହାରଣା, ଶରତ ଚନ୍ଦ୍ର ସେଠୀ, କୈଳାସ ଚନ୍ଦ୍ର ପରିଡା ଓ ଭରତ ଚନ୍ଦ୍ର ସାହୁ ବିଚାରକ ଭାବରେ ଯୋଗ ଦେଇ ସ୍ୱଚ୍ଛ ମୂଲ୍ୟାୟନ କରିଥିଲେ l ସୁପ୍ରଭା ରାଉତ,ମିତାଲି ନାୟକ, ସିଦିଆ କସୁର, ନାରସୁଲ୍ଲାହା ଖାନ, ରାଜଲକ୍ଷ୍ମୀ ପଣ୍ଡା,ସ୍ଵର୍ଣଲିପସା ମିଶ୍ର,ସୁମନ୍ତ ଭୂଷଣ ବେହେରା ଓ ଶ୍ରାବଣୀ ନାୟକ ଜିଲ୍ଲାରୁ ଶ୍ରେଷ୍ଠ ଭାବରେ ବିବେଚିତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ଥିବାରୁ ଉଦଯାପନୀ ସଭାରେ ମଂଚାସୀନ ଅତିଥିମାନେ ସେମାନଂକୁ ମୋମେଟୋ, ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଏହି ପ୍ରତିଯୋଗିତାକୁ ସଫଳ ରୂପାୟନ କରିବାରେ ସହାୟତା ପ୍ରଦାନ କରିଥିଲେ l

Leave A Reply

Your email address will not be published.