ପାଇକମାଳ ହାଇସ୍କୁଲ ରେ SIOS ମେଗା ଆଡମିଶନ୍ କ୍ୟାମ୍ପ ଅନୁଷ୍ଠିତ

8

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :– ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ SIOS ପକ୍ଷରୁ ଏକ ଉପଖଣ୍ଡ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପ ଆୟୋଜିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ଏ.ବି.ଇ.ଓ. ରାଧେଶ୍ୟାମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚକାମନ ସୁନା ଓ ଦୁବରାଜ ବେଶ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ର ଗଣିତ ଶିକ୍ଷକ ଲଳିତ କୁମାର ବିଶ୍ୱାଳ SIOS ବିଷୟରେ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ l ସେ SIOS ମାଧ୍ୟମରେ ଶିକ୍ଷା ଗ୍ରହଣର ସୁଯୋଗ ଏହାର ଗୁରୁତ୍ୱ ନାମଲେଖା ପ୍ରକ୍ରିୟା ଏବଂ ଶିକ୍ଷାରୁ ବଞ୍ଚିତ ହୋଇଥିବା ତଥା ପାଠପଢ଼ା ଅଧାରୁ ଛାଡ଼ିଥିବା ଛାତ୍ରଛାତ୍ରୀମାନେ କିପରି ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତକୁ ଫେରିପାରିବେ,ସେ ସମ୍ପର୍କରେ ଆଲୋକପାତ କରିଥିଲେ l
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେବା ସହିତ SIOS ର ସୁଯୋଗକୁ ଉପଯୋଗ କରି ନିଜର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ l
ଏହି ମେଗା ଆଡମିଶନ୍ କ୍ୟାମ୍ପରେ +୨ ରେ ନାମ ଲେଖାଇବା ପାଇଁ ୨୧ ଜଣ ଏବଂ ଦଶମ ଶ୍ରେଣୀରେ ନାମ ଲେଖାଇବା ପାଇଁ ୦୧ ଜଣ ଫର୍ମ ଦାଖଲ କରିଥିଲେ l
ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା l

Leave A Reply

Your email address will not be published.