ମାତିଲେ ମାଓବାଦୀ : ଜାଳି ଦେଲେ ଠିକା ସଂସ୍ଥାର ଟ୍ରକ, ଛାଡି ଗଲେ ତିନୋଟି ସ୍ଥାନରେ ମାଓ ବ୍ୟାନର ।

0

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୁଣି ମାତିଲେ ମାଓବାଦୀ କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡା ଗାଁଠାରେ ଥିବା SVSMC ନାମକ ଠିକା କମ୍ଫାନୀ ର କେମ୍ପରେ ଥିବା ଟ୍ରକ ଜାଳି ଦେଲେ ମାଓବାଦୀ ସୂଚନା ଅନୁସାରେ ଗତ ରାତ୍ରରେ ଟ୍ରକ ଜଳିବା ଶବ୍ଦ ଶୁଣି କ୍ୟାମ୍ପରେ ସୋଇଥିବା ପିଅନ ଉଠି ଟ୍ରକ ଟିକୁ ଲିଭାଇବା ପାଇଁ ପ୍ରୟାସ କରିବା ସହ ଗାଁକୁ ଯାଇ ପାଟି କରିବାରୁ ଗ୍ରାମବାସୀ ଆସି ନିଆକୁ ଲିଭାଇଥିଲେ । ସେହି ସମୟରେ ଉକ୍ତ ରାସ୍ତା କ୍ୟାମ୍ପରେ ଏକ ବ୍ୟାନର, ସିକରପାଇ ବଟଗଛ ଓ କଲ୍ୟାଣସିଂ ହପୁର ତହସିଲଦାର କାର୍ଯ୍ୟାଳୟ ଫାଟକରେ ସମୁଦାୟ ତିନୋଟି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ବ୍ୟାନରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ ବାଦୀ ଉଲେଖ କରିଛନ୍ତି ଯେ ସାଥି ଭାଇଙ୍କୁ ହଇରାଣ କରୁଛନ୍ତି ।ସେଥିପାଇଁ ଆମେ ରାସ୍ତାକୁ ବାହାରିବା ପାଇଁ ପ୍ରସ୍ତୁତ ହେଲୁ, ୱାର୍ଡ ସଭ୍ୟ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଦଲାଲ କାମ କରୁଛି ଠିକ କାମ ନକଲେ ହତ୍ୟା କରାଯିବ।ଆଡିବନ୍ଧ କେନାଲ,ପୋଖରୀ ଇତ୍ୟାଦି କାମକୁ ବିରୋଧରେ ଉଲେଖ କରିଛନ୍ତି । ଘଟଣା ସ୍ଥଳରେ ରାୟଗଡ଼ାଏସ. ଡି. ପିଓ ଦିବ୍ଯଜ୍ୟତି ଦାସ, ସ୍ଥାନୀୟ ଥାନା ଅଧିକାରୀ ସୁକୁମା ହଁସଦା ପହଞ୍ଚି ପୋଷ୍ଟର ଗୁଡିକୁ ଊଦ୍ଧାର କରିଛନ୍ତି ପୋଷ୍ଟର ଗୁଡିକ ଅସଲି କି ନକଲି ପୋଲିସ ତଦନ୍ତ ଚଲାଇଥିବା ଜଣାପଡିଛି

Leave A Reply

Your email address will not be published.