ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ କୁଟୁରାକୁ ଉଦ୍ଧାର କରାଯାଇ ଲଖାରି ଅଭୟାରଣ୍ୟକୁ ଛାଡିଦିଆଯାଇଛି।
ରା.ଉଦୟଗିରି ପଞ୍ଚାୟତ ସମ୍ମୁଖରେ ଏକ କୁଟୁରା ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଥିବା ବେଳେ ରାସ୍ତାରେ ବୁଲୁଥିବା କୁକୁରମାନେ ବନ୍ୟଜନ୍ତୁର ପଛରେ ଗୋଡାଉଥିଲେ ଉକ୍ତ ବନ୍ୟଜନ୍ତୁ କୁଟୁରାକୁ କୁକୁର ମାନଙ୍କ କବଳରୁ ସ୍ଥାନୀୟ ଲୋକେ ଓ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରି ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ।
ବନପାଳ ପି. ଭେଙ୍କେଟ ରାବଣା ଉଦ୍ଧାର ହୋଇଥିବା ବନ୍ୟଜନ୍ତୁକୁ ପଶୁ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ସ୍ଥାନୀୟ ଲଖାରି ଅଭୟାରଣ୍ୟରେ ଛାଡି ଦିଆଯାଇଛି। ଏହି ଅଭିଯାନରେ ଫରେଷ୍ଟ ଗାର୍ଡ ମଜେସ ଶବର ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post