-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗ୍ରାମର ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀ ବିଦୁଲତା ପାତ୍ରଙ୍କ ଗୁରୁବାର ଦିନ ସକାଳୁ ଅକାଳ ବିୟୋଗ ଘଟିଛି। କିଛି ମାସ ହେଲା ବିଦୁଲତା ପାତ୍ର ଅସୁସ୍ଥ ଥିଲେ ଏବଂ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହୋଇ ଆସୁଥିଲେ।
ଗୁରୁବାର ଦିନ ନିଜ ବାସଭବନ ପାତ୍ର ସାହିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ତାଙ୍କ ବିୟୋଗରେ ମୋହନା ବଜାର ତିନି ଘଣ୍ଟା ପାଇଁ ବନ୍ଦ ରହିଥିଲା । ଅଞ୍ଚଳର ଲୋକେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post