ପଦ୍ମପୁର : କନସିଂହା ଛକ ଗଉରପାଲି ବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।ସୂଚନା ଯୋଗ୍ୟ ଯେ,କନସିଂହା ଗ୍ରାମ ପଂଚାୟତ ନୁଆପାଲି ଗ୍ରାମର କୀର୍ତ୍ତନ ମଣ୍ତଳି ପିକଅପ ନଂଓଡି ୦୩ ଏମ ୭୨୪୯ରେ ପଦ୍ମପୁର ନିକଟସ୍ଥ ଚାରପାଲି ଲକ୍ଷ୍ମୀପୂଜା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ।ଗାଡିରେ ପ୍ରାୟ ୨୨ରୁ ଅଧିକ ଲୋକଥିଲେ। ପିକଅପଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।କନସିଂହା ଛକର ଯୁବଗୋଷ୍ଠି ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ପୁଲିସ ପହଂଚି ଆହତଙ୍କୁ ଡାକ୍ତରଖାନାକୁ ନେଇଥିଲେ।ଆମ୍ବୁଲେନ୍ସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।ଖବର ଲେଖା ହେବା ପର୍ଯ୍ୟନ୍ତ ଚିକିତ୍ସା ଜାରୀ ରହିଥିଲା।ତିନି ଜଣ ବୁର୍ଲା ପଠାଇଛନ୍ତି।ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Prev Post