ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କୋଭିଡ୍ ଟୀକାକରଣ ଶତ ପ୍ରତିଶତ ଉଦ୍ଦେଶ୍ୟ ସାଧନ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ କୋଭିଡ୍ ଟୀକାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।
ଏହି ସଚେତନତା ରଥକୁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସଚେତନତା ରଥ ସମ୍ପର୍କରେ ସେ କହିଥିଲେ ଯେ , ଗଜପତି ଜିଲ୍ଲାରେ ଯେଉଁମାନେ ୨ ଡୋଜ୍ କୋଭିଡ୍ ଟୀକା ନେଇନାହାନ୍ତି , ସେମାନେ ନିର୍ଦ୍ଧରିତ ସମୟ ବ୍ୟବଧାନରେ ଯେଭଳି ନିଶ୍ଚିତ ଭାବେ କୋଭିଡ୍ ଟୀକା ନେବେ , ସେ ଦିଗରେ ଏହି ରଥ ମାଇକିଙ୍ଗ ଓ ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବ ।
ଏଥିସହିତ ପ୍ରତ୍ୟେକ ବ୍ଲକରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଅଛନ୍ତି , ସେମାନେ ମୁଖ୍ୟତଃ ଯେଉଁ ମାନେ ଦୁଇ ଡୋଜ୍ କି ମୂଳରୁ କୋଭିଡ ଟୀକା ନେଇନାହାନ୍ତି କି ଯେଉଁମାନେ ଭିନ୍ନକ୍ଷମ ଟୀକା କେନ୍ଦ୍ରକୁ ଆସି ପାରୁନାହାନ୍ତି , ସେମାନଙ୍କୁ ଚିହ୍ନଟ କରି କୋଭିଡ୍ ଟୀକା ଆଣିଦେବେ ବୋଲି କହିଥିଲେ ।
ଅନ୍ୟପକ୍ଷରେ କୋଭିଡ୍ ସଚେତନତା ରଥର ଚତୁର୍ପାର୍ଶ୍ବରେ କୋଭିଡ୍ ଟୀକାକରଣର ବିଭିନ୍ନ ଦିଗ ଉପରେ ସଚେତନତା ବ୍ୟାନର ଓ ପୋଷ୍ଟର ଲଗାଯାଇଛି ।
ମୁଖ୍ୟତଃ ସମ୍ପୂର୍ଣ୍ଣ ଟୀକାକରଣ ସୁରକ୍ଷିତ ଜୀବନ , ୨ ଡୋଜ୍ କୋଭିଡ୍ ଟୀକା ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନିଶ୍ଚିତ ନେବା , କୋଭିଡ୍ ଟୀକା ନିରାପଦ ଓ ଫଳପ୍ରଦ , ତେଣୁ ନିର୍ଭୟରେ ଟୀକା ନେବା , ଏହି କୋଭିଡ୍ ଟୀକା ନେଲେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ କୋଭିଡ୍ ସଂକ୍ରମଣରୁ ରକ୍ଷା କରିଥାଏ ପ୍ରଭୃତି ଉପରେ ସଚେତନତା ବ୍ୟାନର ଓ ପୋଷ୍ଟର ଲଗାଯାଇଛି ଏବଂ ମାଇକ ଯୋଗେ ପ୍ରଚାର କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏମଓ ଡ଼ଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ (ଏଫଡବ୍ଲ୍ୟୁ) ଡ଼ଃ ମହେନ୍ଦ୍ର କୁମାର ଭୂୟାଁ , ଡିପିଏମ ସୌମ୍ୟରାଣୀ ଗୌଡ଼ , ନୂଆଗଡ ଏମଓ: ଡ଼ଃ ନିବେଦିତା ସାହୁ , ଏଡିପିଏଚସିଓ: ନେତ୍ରାନନ୍ଦ ଶତପଥୀ , ଡିଏମଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ , ଜନ ସ୍ନୋ ଇଣ୍ଡିଆର ମନିଟରିଙ୍ଗ ଏଣ୍ଡ ଇଭାଲୁଏସନ ଅଧିକାରୀ ଡ଼ଃ ମୃଣାଳ କର ମହାପାତ୍ର , ଏଚଏଲଏଫପିପିଟିର ଅପେରେସନ ମ୍ୟାନେଜର ଶ୍ରୀ ସଞ୍ଜୟ ପଟ୍ଟନାୟକ ଏବଂ ଜିଲ୍ଲା ଅଧିକାରୀ ଶ୍ରୀ ଶୁକଦେବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.