ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:ଆଜି ସକାଳେ କୁଜେନ୍ଦ୍ରୀ ବାଟଗଛ ନିକଟସ୍ଥ ଜାତୀୟ ରାଜପଥରେ ଟ୍ରକ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଅଟୋ ଆରୋହି ଆହାତ ହୋଇଛନ୍ତି Iତେବେ ଦୁଇ ଜଣ ଗୁରୁତର ଥିବା ବେଳେ ୬ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।ଆଜି କୁଜେନ୍ଦ୍ରୀରୁ ଗୁଣୁପୁର ଅଭିମୁଖି ଯାଉଥିବା ବେଳେ କୁଜେନ୍ଦ୍ରୀ ବାଟଗଛ ନିକଟସ୍ଥ ଜାତୀୟ ରାଜପଥରେ ସେହି ସମୟରେ ଅଟୋ ସହ ଟ୍ରକ ମୁହାଁମୁହିଁ ଶକ୍ତ ଧକ୍କା ହୋଇଥିଲା । ଫଳରେ ଅଟୋ ରେ ବସିଥିବା ୮ ଜଣ ରାଜପଥ ଉପରେ ଛିଟିକି ପଡ଼ିଥିବା ବେଳେ ଟ୍ରକ ର ସାଇଡ୍ ବାମ୍ଫର୍ ପାଖ ଅଂଶ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରୁ ୮ ଜଣଙ୍କୁ ଉଦ୍ଧାର କରାଯାଇ ଗୁଣୁପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ଗୁଣୁପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ କୁ ଜବତ କରିଛି ।
Sign in
Sign in
Recover your password.
A password will be e-mailed to you.