କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ପାଦ ଦେଶରେ ଥିବା ପାର୍ଶାଲି ପଞ୍ଚାୟତରେ ଓଡିଶା ଜୀବିକା ମିଶନ ତରଫରୁ ଓଡ଼ିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହା ଚଳିତ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତର ପାଞ୍ଚଟି ଆଞ୍ଚଳିକ ମଞ୍ଚ ନେତୃତ୍ୱରେ କରାଯାଉଛି ।ଏହାର ମୁଖ୍ୟ ଉଦ୍ଧେଶ୍ୟ ଲୋକଙ୍କ ମଧ୍ୟରେ ଅପପୃଷ୍ଟି ରୋଗର ସଚେତନତା ସୃଷ୍ଟି କରିବା, ଗର୍ଭବତୀ, ପ୍ରସ୍ତୁତି, ଶିଶୁ ଓ କିଶୋରୀ ବାଳିକା ମାନେ ଯେପରି ଅପପୃଷ୍ଟ ର ଶିକାର ହୋଇପାରିବେ ନାହିଁ, ଏ ବିଷୟରେ ବିଭିନ୍ନ ପ୍ରକାର ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଛି ।ପନିପରିବା, ଶସ୍ୟ ଜାତୀୟ, ଡାଲି ଜାତୀୟ, ଶାଗ,ହାତ ତିଆରି ପିଠା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ପଦର୍ଶନୀ କରା ଯାଇ ଲୋକଙ୍କୁ ସଚେତନତା କରାଯାଉଛି ।ଲୋକମାନେ କିପରି ମୋ ଉପକାରୀ ବଗିଚା କରିବେ ସେଥିରେ ଜୈବିକ ଖତ ପ୍ରୟୋଗ କରି ବର୍ଷକ ବାର ମାସ ରେ ବଗିଚାରେ ପନିପରିବା ଉତ୍ପାଦନ କରିପାରିବେ ଏ ବିଷୟ ନେଇ ସଚେତନତା କରାଯାଉଛି ।ଏହା ସହିତ ହାତଧୁଆ, ତୁଣ୍ଡି, ସାନିଟାଇ, ଶୌଚ ପାଇଁ ଯିବା ବେଳେ ଚପଲ ବ୍ୟବହାର ଓ ଶିଶୁଙ୍କୁ କିପରି ଯତ୍ନ ନେବ ଯାହା ଦ୍ୱାରା ଅପପୃଷ୍ଟି ରୋଗ ବ୍ୟାପିବ ନାହିଁ ଆଲୋଚନକରି ସଚେତନତା କରାଯାଉଛି ।ଏଥିରେ ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ,କିଶୋରୀ ବାଳିକା, ପଞ୍ଚାୟତ ସଂଘର ସଭାନେତ୍ରୀ, ସମ୍ପାଦିକା, ସମେତ ଓ ଏଲ ଏମ ର ଗୋଷ୍ଠି ସହାୟକ ରହି ପରିଚାଳନା କରିଛନ୍ତି ।ଏହାକୁ ବ୍ଲକ ଜୀବିକା ମିଶନର ସଂଯୋଜକ ଜିତେନ୍ଦ୍ର କାଜି, ମିଶନ ଶକ୍ତିର ବ୍ଲକ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ମୂଲିଆ, ଓଡ଼ିଶା ଜୀବିକା ମିଶନର କୌଶଳ ବିକାଶର ବ୍ଲକ ପ୍ରକଳ୍ପର ଅଧିକାରୀ କଳ୍ପତରୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି କାର୍ଯ୍ୟକ୍ରମ ବ୍ଲକର ବହୁ ସ୍ଥାନରେ କରାଯିବ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post