ଭଦ୍ରକବ୍ଲକ/ସୀତାକାନ୍ତ ପାଢ଼ୀ: ଭଦ୍ରକର ସୁପରିଚିତ ସାହିତ୍ୟିକ,ଚିକିତ୍ସକ ସ୍ଵର୍ଗତ ଡାକ୍ତର ଆର.ଶିବାଜୀ ରାଓଙ୍କ ପୁତ୍ର ତଥା ସାମ୍ବାଦିକ ଶଶିଭୂଷଣ ସ୍ଵାମୀ ଓ ସତ୍ୟଭୂଷଣ ସ୍ବାମୀଙ୍କ ସାନ ଭାଇ ଶକ୍ତିଭୂଷଣ ସ୍ବାମୀ(୪୨) ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଭଦ୍ରକର କୁଆଁସ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସେ ଗତକିଛି ଦିନ ହେଲା ମୁଖ ଗହ୍ଵର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ | ତାଙ୍କର ଅକାଳ ବିୟୋଗରେ ପରିବାରରେ ଶୋକ ପ୍ରକାଶ ପାଇଛି। ସ୍ଵର୍ଗତ ଶକ୍ତିଭୂଷଣ ଜଣେ ଅମାୟିକ ଓ ମେଳାପୀ ସ୍ବଭାବର ଯୁବକ ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଭଦ୍ରକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଗତକାଲି ପୁରୀ ସ୍ଵର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ତାଙ୍କର ଗୋଟିଏ ଝିଅ ଓ ପୁଅ ଥିବାବେଳେ ରୋଜଗାରିଆ ପିତାକୁ ହରାଇ ପିଲାମାନେ ଏବେ ଦୁଃଖରେ ଆତ୍ମହରା ହୋଇ ପଡିଛନ୍ତି। ତାଙ୍କ ମୃତ୍ୟୁରେ ଭଦ୍ରକ ମିଡିଆ କ୍ଳବ,ଭାରତୀୟ ସାମ୍ବାଦିକ ସଂଘ, ଭଦ୍ରକ ଜିଲ୍ଲା ମହୋତ୍ସବ କମିଟି ଓ ଡାକ୍ତର ଆର. ଶିବାଜୀ ରାଓ ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିବା ବେଳେ ଡକ୍ଟର ପ୍ରମୋଦ ନାୟକ,ପଣ୍ଡିତ ଦୈତାରୀ ମହାପାତ୍ର,ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ବାଳ, ଅମର ନାୟକ, ଶ୍ରୀକାନ୍ତ ତ୍ରିପାଠୀ, ପ୍ରମୋଦ ରାୟ,ଭଜ ଗୋବିନ୍ଦ ଜେନା,ଡ. ହରିହର ନାୟକ,କିଶୋର ନାୟକ, ନବ କିଶୋର ସ୍ଵାଇଁ, ଦେବାଶିଷ ମହାପାତ୍ର, ସୌମ୍ୟକାନ୍ତ ପାଢ଼ୀ, ଅଜୟ ପଣ୍ଡା,ଦୀପ୍ତି ରଂଜନ ସାହୁ,ପ୍ରକାଶ ବାରିକ,ସେକ. ନସିମ ଅଖତାର,ସୀତାକାନ୍ତ ପାଢ଼ୀ, ସୁବ୍ରତ ପାଲ, ରବାନୀ କାଦ୍ରୀ,ସେକ. ଫିଟର, ସିବାନନ୍ଦ ଦାସ,ବିଜୟ କୁଅଁର ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ଓ ତାଙ୍କ ଅମର ଅତ୍ମାର ସଦଗତି କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.