କୋଶଳିଆ ମାଳି ସମାଜ ପଦ୍ମପୁର ଵ୍ଳକ ର ସତୀଭଟା ଠାରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ।

0

ପଦ୍ମପୁର(ଶାସକପ୍ରଶାସକ)-ଆଜି ସତୀଭଟା ଠାରେ କୋଶଳିଆ ମାଳି ସମାଜ ଵିକାଶ ପରିଷଦ,ପଦ୍ମପୁର ବ୍ଳକ ର ସମାଜ ଭଵନ ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଏଥିରେ୨୩୧ଟି କଳଶ ଶୋଭାଯାତ୍ରାରେ ମହିଳା ମାନେ ଭାଗ ନେଇ ଥିଲେ।ଶ୍ରୀଯୁକ୍ତ ଯଶୋବନ୍ତ ପଟେଲ ଭୂମି ପୂଜନ ର କର୍ତା ଥିଲେ। ଵ୍ଳକସ୍ତରୀୟ ମହିଳାକମୀଟି,ଶିକ୍ଷା କମୀଟି ଓ ଉପଦେଷ୍ଟା କମିଟି ଗଠନ କରାଗଲା।ଵ୍ଳକ ସଭାପତି ଶ୍ରୀ ଲୋକନାଥ ପଟେଲ, ଜିଲ୍ଲା ସଭାପତି ଶ୍ରୀ ଭିଷ୍ମଦେବ ପଟେଲ,ସମ୍ପାଦକ ଟେକରାଜ ,ଗୋବିନ୍ଦ ପଟେଲ(ରାଜ୍ୟ ସଂଯୋଜକ),ଯଦୁମଣି ପଟେଲ ରାଜ୍ୟ ଆଇନ ପରାମର୍ଶ ଦାତା,ଵ୍ଳକ ପୂର୍ବତନ ସଭାପତି ଶ୍ରୀ ଡୋଲାମଣି ପଟେଲ, ନୂଆପଡା ଜିଲ୍ଲା ସମ୍ପାଦକ ଶ୍ରୀ ତେଜରାଜ ପଟେଲ,ଅତିଥି ଭାବେ ମଞ୍ଚାସୀନ ଥିଲେ।ବ୍ଳକ ଉପସଭାପତି ଦୁଷ୍ମନ୍ତ ଓ ସହସମ୍ପାଦକ ପ୍ରଦୀପ ଅତିଥି ସତ୍କାର କରିଥିଲେ।ସମ୍ପାଦକ ମନୋଜ ପଟେଲ ମଞ୍ଚପରିଚାଳନା କରି ଥିଲେ।। ଭୋଜରାଜ,କରୁଣା, ଆଲୋକ, ଅଜିତ, ନିରାକାର,ଗଜରାଜ,ଉଦୟ,ଚନ୍ଦ୍ର ମଣି, ପୀତଵାସ ପଟେଲସହଯୋଗ କରିଥିଲେ। ବୁଧାପାଲି ର ସନମ,ଶୃତି ଓ ସୀତା ନୃତ୍ୟ ପରିବେଷଣ କରିଥିଲେ ଓ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିଲେ ଶ୍ରୀ ଦିଲ୍ଲୀପ ପଟେଲ,ଲକ୍ଷ୍ମଣ ପଟେଲ ଓ ମାଷ୍ଟର ମହେନ୍ଦ୍ର ।ମଞ୍ଚରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସହିତ କୋଶଳିଆ ମାଳି ସମାଜ ର ଶିକ୍ଷା ,ପରମ୍ପରା,ସାମାଜିକ ଵିକାଶ ଉପରେ ଆଲୋଚନା ହୋଇଥିଲା।ବିଭିନ୍ନ ଗ୍ରାମ୍ୟ କମୀଟି ସଭାପତି ଓ ମହିଳା କମିଟି ସଭାନେତ୍ରୀ ମାନଙ୍କୁ ପୁଷ୍ପ ମାଲ୍ଯ ଦ୍ଵାରା ଓ ଭୁମିଦାତା ଶ୍ରୀଯଶୋବନ୍ତ ନାଏକ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

Leave A Reply

Your email address will not be published.