ବୁଗୁଡା (ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ୨୭ ବର୍ଷ ବୟସ୍କ ଯୁବକଙ୍କ ପୋଖରୀରେ ବୁଡି ପ୍ରାଣବାୟୁ ଚାଲିଯାଇଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡିଛି ଯେ ମଙ୍ଗରାଜପୁର ଗ୍ରାମର ରବୀନ୍ଦ୍ର ସାହୁ ସକାଳ ୯ ଘଣ୍ଟା ସମୟରେ ଗ୍ରାମରେ ଥିଲେ। ଏହା ପରେ ସେ କେତେବେଳେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପ୍ରାୟ ସକାଳ ୧୦ ଘଣ୍ଟା ସମୟରେ ଗ୍ରାମର ଲୋକମାନେ ରବୀନ୍ଦ୍ର ପାଣିରେ ଭାସୁଥିବା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେବାସହ ପାଣିରୁ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ମଙ୍ଗରାଜପୁରକୁ ଯାଇ ରବୀନ୍ଦ୍ରକୁ ବୁଗୁଡା ମେଡ଼ିକାଲକୁ ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ଥାନା ପୋଲିସ ଖବର ପାଇ ମର ଶରୀର ଜବତ କରି ୧୭/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.