ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲିଲିଗଡ ଗ୍ରାମରେ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି।
ଶ୍ରମିକ ନେତା ଧନୁଞ୍ଜୟ ନାୟକଙ୍କ ତତ୍ତ୍ଵାବଧାନ ଓ ମୋହନା ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଞ୍ଚଳିକ ମାନବ ଅଧିକାର ସୁରକ୍ଷା ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ଯ ଅତିଥିଭାବେ ବରିଷ୍ଠ ଓକିଲ ସୀମାଞ୍ଚଳ କାର୍ଯୀ ଯୋଗଦେଇଥିବା ବେଳେ ମୁଖ୍ଯବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶ ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ଏନଆରଡିଓ ଅଧ୍ୟକ୍ଷ ଭିକାରୀ ନାୟକ ଯୋଗ ଦେଇଥିଲେ।
ଅତିଥିମାନେ ଡ.ଆମ୍ୱେଦକରଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ଵଳନ କରିଥିଲେ। ଏହି ଉପଲକ୍ଷେ ଏକ ସଭାର ଆୟୋଜନ ହୋଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ମାନବ ଅଧିକାରର ମହାନାୟକ ଡ.ଆମ୍ୱେଦକରଙ୍କ ଦ୍ୱାରା ଲିଖିତ ଭାରତୀୟ ସମ୍ବିଧାନ ମାଧ୍ୟମରେ ସମାଜକୁ ଦେଖାଇଥିବା ଦିଗ ଦର୍ଶନ , ଆଇନଗତ ସମାନତା, ସମ୍ବିଧାନର ଲକ୍ଷ୍ୟ , ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ସଞ୍ଜିବ କୁମାର ଦଳେଇ , ରମେଶ ଚନ୍ଦ୍ର ନାୟକ , ଗଗନ ନାୟକ , ମନୋଜ କୁମାର ନାୟକ , ଉରିଶିଲା ନାୟକ , ଜନନୀ ନାୟକ , ସୀୟନ୍ତା ବୀର , ସମ୍ମୀତା ନାୟକ , କମଳିନୀ ଦଳେଇଙ୍କ ସମେତ ଗ୍ରାମବାସୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post