ରନ୍ଧନ ଗ୍ୟାସର ଦରବୃଦ୍ଧି ବିରୁଦ୍ଧରେ ବିଜେଡି ପକ୍ଷରୁ ବ୍ଳକ ଘେରାଉ ।

0

କଲ୍ୟାସିଂହପୁର: ପ୍ରଦିପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ସଦରରେ ଥିବା ଶିବ ମନ୍ଦିର ଠାରୁ ଯୁବ ବିଜେଡି ପକ୍ଷରୁ ବିଜୁ ଛାତ୍ର ସଭାପତି ଙ୍କ ନେତୃତ୍ଵ ରେ ଡିଜେଲ, ରନ୍ଧନଗ୍ଯାସ, ବିଦ୍ୟୁତ ର ଅତ୍ଯଧିକ ଦର ଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରାଜ୍ଯ ବ୍ୟାପି ପ୍ରତିବାଦ ହେବା ଭିତରେ ସ୍ଥାନୀୟ ବ୍ଲକ ଘେରାଉ କରାଯାଇଛି । କେନ୍ଦ୍ର ସରକାରଙ୍କ ମାରଣା ନୀତି ବିରୁଦ୍ଧରେ ବିକ୍ଷଭ୍ ରାଲି କରି ସୋଲଗାନ୍ ସହ ବ୍ଲକ ରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧ ପ୍ରଦର୍ଶନ କରିଥିଲେ।ଏଥିରେ ବ୍ଳକ ଯୁବଛାତ୍ର ସଭାପତି ରାଜୀବ ନାୟକ, ବ୍ଲକ ଯୁବ ସଭାପତି ଜି ନାଗାରଜୁ,ବରିଷ୍ଠ ବିଜୁଦଳର ନେତା ରମାକାନ୍ତ ପରିଛା,ଡିଜିଟାଲ ଯୁବ ଛାତ୍ର ସଂପାଦକ ଏ ଚାନ୍ଦୁ,ମଣ୍ଡୁ ଦଣ୍ଡସେନା,ଯୁବ ନେତା ଚେଲା ପତି ଓ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.