ଡୁଡୁକାବାହାଲ ଠାରେ ନୂତନ ଶାଖା ପୋଷ୍ଟ ଅଫିସ ଉଦଘାଟିତ।

0

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶିପୁର ବ୍ଲକ ନୂତନ ଭାବେ ଗଠିତ ହୋଇଥିବା ଡୁଡୁକାବାହାଲ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ଏକ ନୂଆ ଶାଖା ପୋଷ୍ଟ ଅଫିସ ଉଦଘାଟିତ ହୋଇ ଯାଇଛି।ଏହି ଉଦଘାଟନ ଉତ୍ସବରେ ଡୁଡୁକାବାହାଲ ସରପଞ୍ଚ ପାଟ ମାଝୀ ଦ୍ଵିପପ୍ରଜଳନ କରି ରିବନକାଟି ଶୁଭ ଉଦଘାଟନ କରିଥିଲେ। ଡାକ ବିଭଗର ପୋଷ୍ଟାଲ ଇନିସପେକ୍ଟର ଲଲାଟେନ୍ଦୁ କେଶରି ଚାନ୍ଦ,ସୁପରିଟେଣ୍ଡ ସଞ୍ଜୟକୁମାର ପାତ୍ର,ଓଭରସିଆର ଉଦୟଶଙ୍କର ମାଳବିଶୟୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଟିକିରି ପୋଷ୍ଟ ଅଫିସ ଅଧିନରେ ବହୁତ ଅଞ୍ଚଳ ରହିଥିବାରୁ ହୁତ ଅସୁବିଧା ହୋଉଥିଲା ଏବେ ଆମ ପଞ୍ଚାୟତରେ ହେବାରୁ ସୁବିଧା ହେବ ବୋଲି ସରଜନାଏକ ଓ ପିତବିସ ପ୍ରଧାନି କହିଛନ୍ତି।ପୋଷ୍ଟ ଅଫିସର ନିଜସ୍ୱ ଘର ନଥିବାରୁ ଗୋଟିଏ ବେସରକାରୀ ଘରେ ଅସ୍ଥାୟ ଉପଡାକଘର ଖୋଲାଯାଇଛି। ଡାକ ଵିଭାଗ ଡ଼ୁଡୁକାବାହାଲ ଗ୍ରାମର ପ୍ରଦ୍ୟୁମ୍ନ ନାଏକଙ୍କୁ ଦାୟିତ୍ବଭାର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.