ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ମଙ୍ଗଳବାର ଦେବଗଡ ସହର ଉପକଣ୍ଠରେ ଯାଇଥିବା 53 ନମ୍ବର ଜାତୀୟ ରାଜପଥରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର କୁଶ ନାଏକ ଙ୍କ ପୁଅ କୁଞ୍ଜ ବିହାରୀ ନାଏକ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କୋଇଲାରୀଜୋର ଗ୍ରାମ ର ଜୋହାନ ଭେଙ୍ଗରା ଙ୍କ ପୁଅ ଷ୍ଟିଫେନ ଭେଙ୍ଗରା। ଉଭୟ କୁଞ୍ଜ ବିହାରୀ ଓ ଷ୍ଟିଫେନ ଭେଙ୍ଗରା ରାସ୍ତା ନିର୍ମାଣ କମ୍ପାନୀ ଶ୍ରୀଦୁର୍ଗା କନଡେଭ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ମଙ୍ଗଳବାର 53 ନମ୍ବର ଜାତୀୟ ରାଜପଥରେ ସର୍ଭେ କାର୍ଯ୍ୟ କରୁଥିଲେ । 53 ନମ୍ବର ଜାତୀୟ ରାଜପଥର ଝାଡେଶ୍ବର ମନ୍ଦିର ନିକଟରେ ଏକ କଲଭର୍ଟ ରେ ସର୍ଭେ କରୁଥିବା ବେଳେ ସେମାନେ ଧରିଥିବା ଧାତୁ ମେସିନ ଟି ଉପରେ ଯାଇଥିବା 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଉଭୟ ଙ୍କ ଶରୀର ର ବିଭିନ୍ନ ଭାଗ ପୋଡିଯାଇଥିଲା। ସେମାନଙ୍କ ସହ ଥିବା ଗାଡି ଡ୍ରାଇଭର ନିକ୍ତିମାଳ ଅଞ୍ଚଳର ସୁନିଲ ମୁଣ୍ଡା ଉପସ୍ଥିତ ବୁଦ୍ଧି ଖଟାଇ ସେମାନଙ୍କୁ ବିଦ୍ୟୁତ ସଂଯୋଗ ରୁ ବିଛିନ୍ନ କରି ଉଦ୍ଧାର କରିଥିଲେ । ଉଭୟଙ୍କୁ ଗୁରୁତର ଆହତ ହୋଇଥିବା ଅବସ୍ଥାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.