ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ ରେଙ୍ଗାଲି ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ I

0

ସମ୍ବଲପୁର/ସନ୍ଦୀପ ଶର୍ମା : ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ଦିନ ରେଙ୍ଗାଲି ବିଜୁ ଜନତାଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ପୂର୍ବତନ ବିଧାୟକ ରମେଶ ପଟୁଆ,SC/ST ସେଲ ସଭାପତି ମୋତିଲାଲ ତନ୍ତୀ,ଜିଲ୍ଲା ଉପସଭାପତି କିରନ ବେହେରା,ରାଜ୍ୟ ପରିଷଦ ସଭ୍ୟ ଗାନ୍ଧୀ ବେହେରା,ବ୍ଲକ ସଭାପତି ଅଶୋକ ଗୁରୁ,ମହିଳା ବ୍ଲକ ସଭାପତି ସନ୍ତୋସିନି ନାୟକ,ଯୁବ ସଭାପତି ଦୟାନିଧି ଭାଇସଲ,ଛାତ୍ର ଉପସଭାପତି ସନ୍ଦୀପ ଶର୍ମା,ମହେନ୍ଦ୍ର ଓରାମ,ପଦ୍ମଲୋଚନ ଧର,ମୁକୁନ୍ଦ ବେହେରା,ନାରାୟଣ ଶର୍ମା,ବିସିକେଶନ ବିଶ୍ୱାଳ,ମୁରାରୀ ବିଶ୍ୱାଳ,ହେମନ୍ତ ଦାସ,ତନ୍ମମଇ ସାହୁ,କୁମୁଦିନି ରାୟ,ସେସଦେଵ ପ୍ରଦାନ ଙ୍କ ସମେତ ବହୁ ଯୁବ ଛାତ୍ର ଓ ମହିଳା ନେତ୍ରୀ କେନ୍ଦ୍ର ସରକାରଙ୍କର ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ଗ୍ୟାସ ଦର ହ୍ରାସ କରିବାକୁ ଦାବି କରିଥିଲେ I

Leave A Reply

Your email address will not be published.