ହାଇୱା ଗାଡ଼ିରୁ ଡିଜେଲ ଚୋରି ଅଭିଯୋଗରେ ଜଣେ ଗିରଫ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଇୱା ଗାଡ଼ିରୁ ଡିଜେଲ ଚୋରି କରିବା ଅଭିଯୋଗରେ ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଜଣକୁ ଗିରଫ କରିଛି। ସୂଚନାନୁସାରେ, ବଡ଼ମାଲ ଥାନା ଅନ୍ତର୍ଗତ ତୁମ୍ବେକେଲା ଗ୍ରାମର ଲବ ବାଗଙ୍କ ୨୮ ବର୍ଷ ବୟସ୍କ ପୁଅ ସୂର୍ଯ୍ୟ ବାଗ ବୃନ୍ଦାମାଲର ରେଲୱେ ଷ୍ଟେସନ ପାଖରୁ ଏକ ହାଇୱା ଗାଡ଼ିରୁ ଡିଜେଲ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ହାଇୱାର ମାଲିକ ପ୍ରଶାନ୍ତ କୁମାର ମହାନନ୍ଦଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରି କେସ୍ ନମ୍ବର 182,u/s-379/34 IPC  ଧାରାରେ ଗିରଫ କରିଛି। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.