ଶେଷରେ ପ୍ରଶାସନିକ ହସ୍ତକ୍ଷେପ ପରେ ଅନଶନକାରୀ ଉଠିଲେ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଗତ ଚାରିଦିନ ଧରି ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାର ୧୬୮ ଜଣ ଅନଶନକାରୀ ଅନଶନରୁ ବିରତ ହୋଇଛନ୍ତି। ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ମଧ୍ୟସ୍ଥତାରେ ଅନଶନକାରୀମାନେ ନିଜର ଅନଶନ ଭାଙ୍ଗିଛନ୍ତି। 

ସୂଚନାଯୋଗ୍ୟ ଯେ ଆଜି ବିଜେପି ଜିଲ୍ଲା ସଭାପତି ଅନଶନକାରୀମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଗତ ଆଠମାସ ଧରି ଏପରିକି ଲକଡାଉନ ସମୟରେ ଏମାନେ କାର୍ଯ୍ୟ କରିଥିବା ସତ୍ତ୍ୱେ ସୁରକ୍ଷା କର୍ମଚାରୀଙ୍କୁ ଦରମା ମିଳି ନଥିବା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ ଏହାପରେ ଓପିଟିସିଏଲର ଡିଜିଏମ ଓ ନିର୍ଦ୍ଦେଶକଙ୍କ ସହ କଥା ହୋଇ ଏହି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କମ୍ପାନୀ ସାତ ଦିନ ମଧ୍ୟରେ ସୁରକ୍ଷା କର୍ମଚାରୀଙ୍କ ଦରମା ବିଷୟରେ ଥିବା ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅନଶନକାରୀ ନିଜର ଅନଶନ ଭାଙ୍ଗିବାକୁ ରାଜି ହୋଇଥିଲେ।

Leave A Reply

Your email address will not be published.