ଭଞ୍ଜନଗର ର ଅଗ୍ରଣୀ ସେଣ୍ଟ ଜାଭିୟର୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ

7

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ): ଭଞ୍ଜନଗର ସହରର ଏକମାତ୍ର ଅଗ୍ରଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଭଞ୍ଜନଗର ଡହ ରୋଡ଼ ରେ ଥିବା ସେଣ୍ଟ ଜାଭିୟର୍ସ, ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଛି ଶିଶୁ ଦିବସ।

ଶିଶୁଙ୍କ ହସରେ ହିଁ ଦେଶର ଭବିଷ୍ୟତ, ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ଶିଶୁ ଦିବସ।
ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ଉତ୍ତମ ମଣିଷ ଗଢ଼ିବା ଉପରେ ଗୁରୁତ୍ୱାରୋପ । ଶିଶୁ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ। ସେମାନଙ୍କ ହସ, ଖୁସି, ସ୍ୱପ୍ନ ଓ ସୃଜନଶୀଳତା ମଧ୍ୟରେ ଲୁଚି ରହିଛି ଏକ ସୁନ୍ଦର ସମାଜ ଓ ସମୃଦ୍ଧ ରାଷ୍ଟ୍ର ଗଠନର ଅସୀମ ସମ୍ଭାବନା। ଶିଶୁମାନଙ୍କ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ସମ୍ପର୍କରେ ସମାଜକୁ ସଚେତନ କରିବାର ମହାନ ଉଦ୍ଦେଶ୍ୟ ନେଇ ନଭେମ୍ବର ୧୪ ତାରିଖରେ ସାରା ଦେଶରେ ପାଳିତ ହୋଇଛି ଶିଶୁ ଦିବସ। ଏହି ଅବସରରେ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ପରିବେଶ ମଧ୍ୟରେ ଶିଶୁ ଦିବସ ପାଳନ କରାଯାଇଛି, ଭଞ୍ଜନଗର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ,ସେଣ୍ଟ ଜାଭିୟର୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଠାରେ। ଯାହା ଭଞ୍ଜନଗର ଡହ ରୋଡ଼ ରେ ଅବସ୍ଥିତ। ଏହି ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ସୁଧିର ଶଙ୍କର ପଣ୍ଡା,ନିର୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପରିଡ଼ା ଙ୍କ ତତ୍ୱାବଧାନରେ ଶିଶୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀ କେ.ସଞ୍ଜିବ୍ ଚୈଧୁରୀ ଓ ଶ୍ରୀ ରଞ୍ଜିତ କୁମାର ବାରିକ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ବାରିକ ତାଙ୍କ ତେଜସ୍ଵୀ ବକ୍ତବ୍ୟ ରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୃଜନ ଶିଳତାର ଉଦବୋଧନ ଦେବା ସହିତ, ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଅନୁରୋଧ କରିଥିଲେ ଯେ, ଛାତ୍ରଛାତ୍ରୀ ଜିବନ ରେ ମୋବାଇଲ୍ ଠାରୁ ଯେତେ ଦୁରରେ ରହି କାର୍ଯ୍ୟ କରିବା ଭଲ। ଆବଶ୍ୟକ ସ୍ଥଳେ ବ୍ୟବହାର ଉପଯୋଗୀ କରନ୍ତୁ, ଅନ୍ୟଥା ଦୁରରେ ରୁହନ୍ତୁ। ସେହିପରି ଏହି ଶିଶୁ ଦିବସ ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ସାହୁ, କହିଥିଲେ ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଓ ଭଲପାଇବା ଯୋଗୁଁ ସେ ଶିଶୁମାନଙ୍କ ନିକଟରେ ‘ଚାଚା ନେହେରୁ’ ଭାବେ ବେଶ୍ ପରିଚିତ ଥିଲେ। ଶିଶୁମାନେ ଦେଶର ଅମୂଲ୍ୟ ସମ୍ପଦ ଏବଂ ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସଂସ୍କାର ଓ ସୁଯୋଗ ପ୍ରଦାନ କରିବା ହେଉଛି ସମାଜର ପ୍ରମୁଖ ଦାୟିତ୍ୱ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା ବୋଲି ସେ ତାଙ୍କ ଉଦବୋଧନ ରେ ପରିପ୍ରକାଶ କରିଥିଲେ। ଏହି ଦିବସ ପାଳନ ଅବସରରେ ଶିଶୁମାନଙ୍କୁ କେବଳ ପାଠପଢ଼ାରେ ସୀମିତ ନରଖି ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା, ସୃଜନଶୀଳତା, ନୈତିକତା, ଶୃଙ୍ଖଳା ଓ ମାନବିକ ମୂଲ୍ୟବୋଧର ବିକାଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁମାନଙ୍କ ପାଇଁ ଏକ ସୁସ୍ଥ, ସୁନ୍ଦର ଓ ଭୟମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଅଭିଭାବକ, ଶିକ୍ଷକ ଓ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ଅନେକ ମତ ରଖିଥିଲେ। ଏହି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନୃତ୍ୟ ଗୀତ, ଅଭିନୟ ପରିବେଷଣ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆନନ୍ଦିତ କରାଇବା ସହିତ, ସଚେତନତା ମୂଳକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ଆଜି ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ଖାଲାସିସାହି ଓ ବେଲଗୁଣ୍ଠା ସ୍ଥିତ ପ୍ଳେ ସ୍କୁଲ୍ ର କୁନି ଶିଶୁ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟ ଦ୍ଵାରା ଆୟୋଜିତ ଫୁଡ୍ କୋର୍ଟ ରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଭିଭାବକ ମାନେ ଖାଦ୍ୟ ବ୍ୟଞ୍ଜନ ଗ୍ରହଣ କରି ଆନନ୍ଦିତ ହୋଇଥିଲେ। କାର୍ଯ୍ୟକ୍ରମ ଟି ଶିକ୍ଷକ ଗଣେଷ ଡାଙ୍ଗୁଆ ଓ ସୁଧିର ଶଙ୍କର ଆଚାରୀ ଙ୍କ ଦ୍ଵାରା ପରିଚାଳିତ ହୋଇଥିବା ସ୍ଥଳେ, ଶିକ୍ଷୟିତ୍ରୀ ଉର୍ମିଳା, ସୁଜ୍ଞାନୀ, ସୁନିତା, ସ୍ନେହଲତା, ମୋନାଲିସା, ମମତା, ହରପ୍ରିୟା ଙ୍କ ସହିତ ଅନେକ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.