ଅସହାୟ ବୃଦ୍ଧାଙ୍କୁ ରାତିରେ ଉଦ୍ଧାର କଲା ପ୍ରଶାସନ

8

ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ତ୍ୱରିତ ପଦକ୍ଷେପକୁ ସାଧୁବାଦ

ବଲାଙ୍ଗିର: ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ। ଏଥିପାଇଁ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ସମେତ ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଜଣାଯାଇଛି।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ପୁଇଁତଳା ବ୍ଲକ୍‌ ଅନ୍ତର୍ଗତ କୁଣ୍ଡାମାଲ ଗ୍ରାମର ମଧୁସୂଦନ କ୍ଷେତୀ (ମଧୁ ଭାଇ) ଜଣେ ଅସହାୟ ମହିଳା ଗତ ତିନିଦିନ ଧରି ଗାଁ ନିକଟରେ ଅସହାୟ ଅବସ୍ଥାରେ ବୁଲୁଥିବା ନେଇ ସୂଚନା ଦେଇଥିଲେ। ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେ ଅନୁରୋଧ କରିଥିଲେ।

ଏହି ସୂଚନା ପାଇବା ପରେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲଙ୍କୁ ଅବଗତ କରାଯାଇଥିଲା। ଉପଜିଲ୍ଲାପାଳ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ଏକ ଟିମ୍‌ ପଠାଇଥିଲେ। ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ରାତିରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଜଣେ ଅସହାୟ ମହିଳାଙ୍କ ଦୁଃଖ ଓ ଅସହାୟତାକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେଇଥିବା ଉପଜିଲ୍ଲାପାଳ ଆଲୋକ ପଟେଲ ଏବଂ ଉଦ୍ଧାରକାରୀ ଟିମ୍‌ର ମାନବିକତାକୁ ସାଧୁବାଦ ଜଣାଯାଇଛି।

Leave A Reply

Your email address will not be published.