ଏଟିଏମରୁ ବ୍ୟାଟେରୀ ଚୋରି କରି ଧରାପଡ଼ିଲେ ଚୋର

12


ବ୍ୟାଟେରୀ ସହିତ ସ୍କୁଟି ଜବତ ୨ ଗିରଫ ଜେଲ୍ ହାଜତକୁ ଗଲେ


ଓଡ଼ଗାଁ ୧୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ କଲେଜ ରୋଡ୍ ଷ୍ଟୁଡିଓ ଛକ ଏସବିଆଇ ଏଟିଏମ୍ କାଉଣ୍ଟରରୁ ଶୁକ୍ରବାର ଅପରାହ୍ନରେ ବ୍ୟାଟେରୀ ଚୋରି କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ସେ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ରାକାମା ନିକଟ ବଦିଲୋ ଗ୍ରାମର ସିଲୁ/ସୁମନ୍ତ ବେହେରା (୨୮) ଏବଂ କାହ୍ନା/ସିଦ୍ଧାନ୍ତ କୁମାର ବେହେରା(୨୧)। ଏବଂ ସେମାନଙ୍କ ଠାରୁ ଚୋରି ବ୍ୟାଟେରୀ, ମଲଟି ମିଟର, ଓଡି୨୫ଏଲ୯୪୮୧ ନମ୍ବର ବିଶିଷ୍ଟ ଆକ୍ଟିଭା ସ୍କୁଟି, ୨ଟି ମୋବାଇଲ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି। ଏସବିଆଇ ଏଟିଏମ୍ ମେଣ୍ଟେନାନସ୍ ଦାୟିତ୍ୱରେ ଥିବା ଭୁବନେଶ୍ବର ଟିଏସ୍ଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡରେ ସହପରିଚାଳକ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଧର୍ମରାୟପୁରର ସନ୍ତୋଷ କୁମାର ହୋତା ଏଟିଏମ୍ ଚୋରି ସମ୍ପର୍କରେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୪୩୫/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

Leave A Reply

Your email address will not be published.