ଝାରସୁଗୁଡ଼ା :(ସୁଭାଷ ସହାରେ) ଗତକାଲି ଝାରସୁଗୁଡ଼ା ପୋଲିସ ହାତରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଜଣେ ଧରାପଡ଼ିଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାର ମାଲତିଗୋଛାପଡାର ନିବାସୀ କୁଶ କହଁର ପି: ସ୍ବ: ରାମ କହଁର OD 15 A 3154 ନମ୍ବରର ଏକ ଆପାଚେ ମୋଟର ସାଇକେଲରେ ଆଠ କିଲୋଗ୍ରାମ ପ୍ରତିବନ୍ଧିତ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରା ପଡ଼ିଥିଲା। ଝାରସୁଗୁଡ଼ା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ 593 dt 16.8.20 u/s 20 (b) (ii) (B) NDPS Act ଅନୁଯାୟୀ ଏକ ମାମଲା ରୁଜୁ କରିଛନ୍ତି। ଆଜି ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ବାଲା କହଁର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post