ସାନଭାଇ ଆକ୍ରମଣରେ ବଡଭାଇ ଓ ପୁତୁରା ମୃତ, ଭାଉଜ ଗୁରୁତର  l

0

ସମ୍ବଲପୁର,କୁଚିଣ୍ଡା(ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗାଁରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନଭାଇ ନିଜ ବଡ ଭାଇ ଓ ପୁତୁରାକୁ ହତ୍ୟା କରିଛି।  ମୁମୂର୍ଷୁ ଅବସ୍ଥାରେ ଭାଉଜକୁ ଉଦ୍ଧାର କରାଯାଇ ସୁନ୍ଦରଗଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ରୁ ଜଣାଯାଇଛି ଯେ ଗତ ବିଳମ୍ବିତ ରାତିରେ ଶୋଇଥିବା ସମୟରେ ସାନଭାଇ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରିଥିଲା l ବଡଭାଇ ସହ ୪ ବର୍ଷର ପୁତୁରାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ପାଇଖାନା ଟାଙ୍କିରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ମୁମୂର୍ଷୁ ଅବସ୍ଥାରେ ଭାଉଜଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ସାନ ଭାଇକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.