ସମ୍ବଲପୁର,( ରମାକାନ୍ତ ବିଶ୍ବାଳ ): ହୀରାକୁଦ ଜଳଭଣ୍ଡାରରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ମତ୍ସ୍ୟଜୀବୀଙ୍କ କହିବାନୁଯାୟୀ ନୂତନ ସ୍ପିଲୱେ ତିଆରି ହେବାକୁ ଥିବା ଫାଷ୍ଟକେଣ୍ଟ ଏରିଆରେ ଏହି ମାଛ କୁ ଦେଖିଥିଲେ । ଏତେ ବଡ ମାଛ କେବେ ଦେଖାଯାଇନଥିବା ବେଳେ ଏହା ଏକ ବିରଳ ପ୍ରଜାତି ର ମାଛ ହୋଇଥିବା ଅନୁମାନ କରାଯାଉଛି । ଗତ ୫୦ ବର୍ଷ ମଧ୍ୟରେ ଏଭଳି ମାଛ କେହି ଦେଖିନାହାନ୍ତି । ଏନେଇ ହୀରାକୁଦ ମୁଖ୍ୟ ବନ୍ଧ ଅଧୀନସ୍ଥ ମସ୍ଯବିଭାଗକୁ ପଚାରିବାରୁ ତାଙ୍କ ପାଖରେ ସେଭଳି କିଛି ତଥ୍ୟ ନାହିଁ ବୋଲି କହିଛନ୍ତି । ଅଞ୍ଚଳର ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ସେମାନେ ଜଳଭଣ୍ଡାରରେ ଅନେକ ବଡ ବଡ ମାଛ ଓ କଇଁଛ ସହ ଅନେକ ବିରଳ ପ୍ରଜାତିର ସରୀସୃପ ମଧ୍ୟ ପାଣିରେ ଥିବା ଦେଖାଛନ୍ତି, ଏଭଳି ବିରଳ ମାଛ ସେମାନେ କେବେ ଦେଖିନଥିବା ପ୍ରକାଶ କରିଛନ୍ତି। ଯେବେ ଏହି ମାଛଟିର ଲମ୍ବ ପ୍ରାୟ ୧୨ ଫୁଟ ହେବା ସହ ୧୦ କ୍ୱିଣ୍ଟାଲ ଓଜନର ହେବ ବୋଲି ଦେଖିଥିବା ମତ୍ସ୍ୟଜୀବୀ ମାନେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.