ସାପ କାମୁଡାରେ ଜଣେ ଯୁବକ ମୃତ

0

ବୌଦ୍ଧ (ଶାସକ ପ୍ରଶାସକ) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଞ୍ଚାୟତ  ହାଟଗାଁ ଗ୍ରାମରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହାଟଗାଁ ଗ୍ରାମର ନିରଞ୍ଜନ ମେଣ୍ଡିଲୀ ନାମକ ଜଣେ ଯୁବକ ଶନିବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା । ଫଳ ରେ ତାଙ୍କ ପରିବାର ଲୋକ ଗୁଣିଆ ମାନଙ୍କ ଠାରୁ ଫୁଙ୍କା ଝଡା ଓ ଔଷଧ ଖାଇ ସେ ରବିବାର ଦିନ ସାରା ଡାକ୍ତରଖାନା ନଆସି ରହି ଯାଇଥିଲେ । ଗତ ରାତିରେ ବିଷକ୍ରିୟା ଯୋଗୁଁ ନିରଞ୍ଜନ ଅଚେତ ହୋଇପଡିଥିଲେ । ୧୦୮ ଆମ୍ବୁଲାନସ୍‌ ଯୋଗେ ତାଙ୍କୁ ଆଜି ସକାଳେ ବୌଦ୍ଧ ଡାକ୍ତରଖାନା କୁ  ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.