କାଳ ହେଉଛି ଶିଳ୍ପଜାତ ବର୍ଜ୍ୟବସ୍ତୁ, ପ୍ରାଣ ହରାଉଛନ୍ତି ଜୀବଜନ୍ତୁ। 

0

ଝାରସୁଗୁଡ଼ା (ସୁଭାଷ ସହାରେ): ଚାକଚକ୍ୟଭରା ବିକାଶର ନିଶାରେ ମଣିଷ ନିଜ ପାଇଁ,ଅନ୍ୟାନ୍ୟ ପ୍ରାଣୀ ପାଇଁ ଓ ପରିବେଶ ପାଇଁ କିପରି ବିପତ୍ତିକୁ ନିମନ୍ତ୍ରଣ କରୁଛି, ଝାରସୁଗୁଡ଼ା ଅଞ୍ଚଳ ବର୍ତ୍ତମାନ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। କଳକାରଖାନାମାନଙ୍କ ଦ୍ବାରା ନିର୍ଗତ ବିଷାକ୍ତ ବାଷ୍ପ, ବର୍ଜ୍ୟବସ୍ତୁ ମାଟି, ପାଣି, ପବନକୁ ଦୂଷିତ କରିଦେଉଥିବା ବେଳେ ମଣିଷ ଓ ଜୀବଜନ୍ତୁଙ୍କ ଜୀବନକୁ ମଧ୍ୟ ବିପଦପୂର୍ଣ୍ଣ କରିଦେଉଛନ୍ତି। 

ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ନିକଟରେ କୋଭିଡ କେୟାର ସେଣ୍ଟର ସମ୍ମୁଖରେ ପାଉଁଶ ଗଦାଯାଉଛି। ବାରମ୍ବାର ଏଠାରେ ଗାଈଗୋରୁ ପଡିଯାଇ ମୃତ୍ୟୁ ବରଣ କରୁଛନ୍ତି। ଗତକାଲି ଓଏମପି ନିକଟରେ ରହୁଥିବା ଜଣେ ଚାଷୀଙ୍କ ଦୁଇଟି ଗୋରୁ ମଧ୍ୟ ଏହି ପାଉଁଶ ଗଦାରେ ଫସି ଯାଇଥିଲେ।ତୁରନ୍ତ ଦମକଳ ବିଭାଗ ଖବର ପାଇ ଅନେକ କଷ୍ଟରେ ସେମାନଙ୍କୁ ରକ୍ଷା କରିଥିଲେ। 

ସୂଚନାଯୋଗ୍ୟ ଯେ ଗତ ଏକମାସ ମଧ୍ୟରେ ଏହି ପାଉଁଶ ଗଦାରେ ଫସି ଯାଇ ପ୍ରାୟ ୬ ରୁ ୭ଟି ଗୋରୁଗାଈଙ୍କ ଜୀବନ ହାନି ହୋଇସାରିଥିବା ବେଳେ ଅଗ୍ନିଶମ ଵିଭାଗର ୧୦ରୁ ଉର୍ଦ୍ଧ୍ବ ଗୋରୁଗାଈଙ୍କ ଜୀବନ ରକ୍ଷା କରି ସାରିଛନ୍ତି। 

ଅଗ୍ନିଶମ ବିଭାଗ ଲୋକଙ୍କୁ ନିଜ ଗାଈଗୋରୁଙ୍କ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ମାତ୍ର କଳକାରଖାନା ଗୁଡ଼ିକ ଉପରେ ପାଉଁଶ ପକାଇବା ଉପରେ ଉପଯୁକ୍ତ ନିୟମ ପାଳନ କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.