ଚବିଶି ଘଂଟାରେ ୬୨,୦୬୪ ଆକ୍ରାନ୍ତ, ଯାଇଛି  ୧,୦୦୭ ଜୀବନ 

0

ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଥିବା  ବେଳେ ସୁସ୍ଥ ହେଲେଣି ୧୫ଲକ୍ଷରୁ ଉର୍ଧ୍ଵ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨,୦୬୪   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧,୦୦୭  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୨,୧୫,୦୭୫   ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୩୪,୯୪୫ ଜଣ | ଭାରତରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏହି ରୋଗରୁ ସୁସ୍ଥ ହେବ ହାର ବି ବୃଦ୍ଧି ପାଇଛି | ଗତକାଲି ସୁଦ୍ଧା ୧୫ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି | ଏ ଯାବତ ଦେଶରେ ୧୫,୩୫,୭୪୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା  ୪୪,୩୮୬  ରେ ପହଂଚିଛି | 

ଏଯାବତ ଦେଶରେ ୨,୪୫,୮୩,୫୫୮ ନମୁନା ଯାଞ୍ଚ ହୋଇଥିବା ଗତକାଲି ଅର୍ଥାତ ଅଗଷ୍ଟ ୯ ତାରିଖରେ ୪,୭୭,୦୧୩  ନମୁନା ପରୀକ୍ଷା ହୋଇଥିଲା |  ସମ୍ପ୍ରତି କରୋନା ୧୦ଟି ରାଜ୍ୟରେ ଅଧିକ ପରିମାଣରେ ଦେଖାଯାଉଥିବା ବେଳେ ସମ୍ପ୍ରତି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଏହି ୧୦ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି | 

Leave A Reply

Your email address will not be published.