ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ:ଯୁବକ ଗିରଫ

0

ବାରିପଦା,(ଦିଲ୍ଲୀପ ମହାନ୍ତି): ସୋସିଆଲ ମିଡିଆରେ ବ୍ୟକ୍ତିଗତ ଆକ୍ଷେପ ପୂର୍ବକ  ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଜଣେ ଯୁବକ । ସୂଚନାଅନୁଯାୟୀ  ଏକ ନିର୍ଦ୍ଦିଷ୍ଟ  ହ୍ବାଟ୍ସଆପ୍ ଗ୍ରୁପ୍ରେ ଧନଞ୍ଜୟ ସାହୁ ନାମକ ଜଣେ ଯୁବକ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ବ୍ୟକ୍ତିଗତ ସାମାଜିକ ପ୍ରତିଷ୍ଠା ତଥା ଜନ୍ମସ୍ଥାନର ଗାରିମାକୁ ନେଇ ଅସୂୟାସୂଚକ ସମ୍ମାନହାନୀ ହେବାଭଳି ମନ୍ତବ୍ୟ ପୋଷ୍ଟ୍ କରିଥିଲେ। ଏନେଇ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀଙ୍କ ଏତଲା ଅନୁସାରେ ଟାଉନ୍ ଥାନା ପୁଲିସ୍ ଆଇଟି ଆକ୍ଟ୍ ଅନୁସାରେ ଧନଞ୍ଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଏହି ମାମଲାରେ ଉକ୍ତ ହ୍ବାଟ୍ସ ଅପ୍ ଗ୍ରୁପ୍ର ଆଡମିନ୍ ତଥା କ୍ରିଏଟର୍ ରବି ନାରାୟଣ ଚାଲାଣ ଏବଂ ଅନ୍ୟଜଣେ ଯୁବକ ଅଂଶୁମାନ ଦାସ’ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। କୌଣସି ହ୍ବାଟ୍ସ ଅପ୍ ଗ୍ରୁପ୍ କିମ୍ବା ଫେସ୍ବୁକ ଭଳି ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତିଗତ ଆକ୍ରୋସ୍ ରଖି କୌଣସି ବ୍ୟକ୍ତିଙ୍କ ବିରୋଧରେ କୁତ୍ସାରଟନା କରିବା କିମ୍ବା ସମ୍ମାନହାନୀ ହେବାଭଳି କୌଣସି ପ୍ରସଙ୍ଗକୁ ଆଧାର କରି ସର୍ବସାଧାରଣରେ ପୋଷ୍ଟ୍ କରିବା ଆଇନଗତ ଅପରାଧ ଅଟେ ବୋଲି ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ଦାସ ପ୍ରକାଶ କରିଛନ୍ତି। ତେଣୁ ସାମାଜିକ ଗଣମାଧ୍ୟମରେ କୌଣସି ପୋଷ୍ଟ୍ କରିବା ପୂର୍ବରୁ ଆମ୍ଭେ ସମସ୍ତେ ସଚେତନତାର ସହିତ ପୋଷ୍ଟ୍ କରିବା ଉଚିତ୍ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।   

 

Leave A Reply

Your email address will not be published.