ସର୍ବଭାରତୀୟ ସ୍ତରରେ ଅଭୟ ନାୟକ କେଭି ଟପର

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ଅଭୟ ନାୟକ ସିବିଏସଇ ଦଶମ ପରୀକ୍ଷାରେ ମୋଟ ୪୯୭ (୯୯.୪%) ନମ୍ବର ରଖିଛନ୍ତି। ସେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ସର୍ବଭାରତୀୟ ଟପର୍‌ ହୋଇଥିବା ବିଦ୍ୟାଳୟ ଅଧ୍ୟକ୍ଷ ମନିଷ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଏଥିସହ ଅଭୟ ସମ୍ବଲପୁର ଜିଲ୍ଲା ଟପର୍‌ ମଧ୍ୟ ହୋଇଛନ୍ତି। ଭାରତରେ ୧୨୩୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ମୋଟ ୫୦୦ରୁ ୪୯୭  ନମ୍ବର ରଖିଥିବା ଅଭୟ ଏ କ୍ଷେତ୍ରରେ ବିରଳ ଗୌରବ ଆଣିଛନ୍ତି।  ଟ୍ୟୁସନ୍ ଯିବା ଆସିବାରେ ଅଯଥା ସମୟ ନଷ୍ଟ ହେଉଥିବା ଅନୁଭବ କରି ପରୀକ୍ଷାର ୬ ମାସ ପୂର୍ବରୁ ସେ ଟ୍ୟୁସନ ବନ୍ଦ କରି ନିଜେ ଘରେ ପଢ଼ାପଢ଼ି କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ସବୁ ସମୟରେ ସହଯୋଗ କରୁଥିବା ବେଳେ ବାପା ମାଆଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ତାଙ୍କ ବାପା ଶୈଳେଶ କୁମାର ନାୟକ ସମ୍ବଲପୁର ରେଳ ମଣ୍ଡଳରେ ଯନ୍ତ୍ରୀଭାବେ କାର୍ଯ୍ୟରତ। ମାଆ ସସ୍ମିତା ନାୟକ ଜଣେ ଗୃହିଣୀ। ସେ +୨ ବିଜ୍ଞାନ ପଢ଼ିବେ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷା ଦେଇ ଭବିଷ୍ୟରେ ଜଣେ ବାୟୋ ମେଡିକାଲ ରିସର୍ଚର ହେବେ ବୋଲି କହିଛନ୍ତି।

Leave A Reply

Your email address will not be published.