ବିଜେପି ତରଫରୁ ଲଇକେରା ବିଡିଓ କାର୍ଯ୍ୟାଳୟ ଘେରାଉ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା କିପରି ପୂର୍ଣ୍ଣ କରାଯାଇପାରିବ ଏହାକୁ ନେଇ ବାରମ୍ବାର ସନ୍ଦେହ ଉପୁଜିଛି। ଏହି ଆବାସ ଯୋଜନାକୁ ନେଇ ଦୁର୍ନୀତି ମଧ୍ୟ କମ ହୋଇନାହିଁ। ପ୍ରତ୍ୟେକ ପଞ୍ଚାୟତରେ ଆବାସ ଯୋଗାଇ ଦେବା ନେଇ ହିତାଧିକାରୀଙ୍କ ଠାରୁ  ଟଙ୍କା ନେବାଠାରୁ ଆରମ୍ଭ କରି, କାହାକୁ ଦୁଇଟି ଘର ଯୋଗାଇ ଦେବା କାହାକୁ ଗୋଟିଏ ମଧ୍ୟ ଘର ନ ମିଳିବା ଭଳି ଅଭିଯୋଗ ଆସିଛି। ସେହିପରି ଲଇକେରା ବ୍ଲକ ଅଞ୍ଚଳର ଭାତଲୟଡା ଗ୍ରାମପଞ୍ଚାୟତରେ ଆବାସ ଯୋଜନାକୁ ନେଇ ଦୁର୍ନୀତିର ବିରୋଧ କରି ଆଜି ଭାଜପା ତରଫରୁ ଲଇକେରା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। 

ଏହି ବିରୋଧ ପ୍ରକଟ ପରେ ଲଇକେରା ବିଡିଓ ଏକ ତଦନ୍ତ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ଯେଉଁମାନେ ଏପର୍ଯ୍ୟନ୍ତ ଆବାସ ପାଇ ନାହାଁନ୍ତି,ଶେଷ ପର୍ଯ୍ୟାୟର ଲିଷ୍ଟ ଆସିବା ପରେ ସେମାନଙ୍କୁ ମଧ୍ୟ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।  ସୂଚନାଯୋଗ୍ୟ ଯେ ଏହି ଘେରାଓ କାର୍ଯ୍ୟକ୍ରମରେ  ଝାରସୁଗୁଡ଼ା ଜିଲ୍ଲା ଭାଜପା ଅଧ୍ୟକ୍ଷ ଶ୍ରୀ ମଙ୍ଗଳ ସାହୁ ନେତୃତ୍ୱ ନେଇଥିଲେ। ଓଡ଼ିଶା ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ, ଏମ ପି ନୋମିନି ରଘୁନନ୍ଦନ ପଣ୍ଡା,ରାଜ୍ୟ କାଉନସିଲ ସଭ୍ୟ ପଙ୍କଜ ବେହେରା, ଜିଲ୍ଲା ଉପସଭାପତି ଏକାଦଶିଆ ରଣା, ଜିଲ୍ଲା ସଂପାଦକ ପ୍ରେମସେନ ରାୟ, ଭାରତୀୟ ଯୁଵାମୋର୍ଚ୍ଚାର ଜିଲ୍ଲା ସଭାପତି ପୁରୁଷୋତ୍ତମ ଥିରାନି ଓ ନିଶିକାନ୍ତ ପଟେଲ ପ୍ରମୁଖ ମଧ୍ୟ ଏହି ଘେରାଓରେ ସଂପୃକ୍ତ ଥିଲେ।

 

Leave A Reply

Your email address will not be published.