ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ହୋଟେଲ୍ ନୀଳକଣ୍ଠରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ହୋଟେଲ ମାଲିକଙ୍କ ସହ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ବିଲ ସହରକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହାକୁ ବେଖାତିର କରି ଉକ୍ତ ନୀଳକଣ୍ଠ ହୋଟେଲରେ ବଡ଼ବିଲ ଅଞ୍ଚଳର କିଛି ବ୍ୟକ୍ତି ଜୁଆଖେଳୁ ଥିବା କୌଣସି ସୂତ୍ରରୁ ଖବର ପାଇ ଗତକାଲି ହୋଟେଲରେ ଅଚାନକ ଚଢ଼ାଉ କରିଥିଲେ ବଡ଼ବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ। ରୁମ୍ ନମ୍ୱର୍ ୨୦୨ରୁ ହୋଟେଲ୍ ମାଲିକ ସମେତ ୧୦ ଜଣକୁ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୪୮,୯୫୦ଟଙ୍କା, ୮ ବଣ୍ଡଲ ତାସ୍, ୮ଟି ମୋବାଇଲ୍ ଜବତ କରିଥିଲା ପୋଲିସ। ଏଥିସହ ହୋଟେଲକୁ ପୋଲିସ ସିଲ୍ କରିଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ କୋଭିଡ୍ ୧୯ ନିୟମ ଭଙ୍ଗ ଓ ଅନୈତିକ ଜୁଆ ଖେଳ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସମସ୍ତ ଅଭିଯୁକ୍ତଙ୍କ ସ୍ଵାବ୍ ନମୁନା ସଂଗ୍ରହ କରାଯାଇ ସଂଗରୋଧ ଭାବେ ରଖାଯାଇଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.