ବାସୁଦେବପୁର ବିଜେପି ର ମହାମିଶ୍ରଣ ପର୍ବ.

11

ବାସୁଦେବପୁର:ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବିକାଶରେ ଅନୁପ୍ରାଣିତ ହୋଇ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାୟକାଣିଡିହି ମଣ୍ଡଳର ବିରସ ପଞ୍ଚାୟତ ଠାରେ । ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଏବଂ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ଓ ବାସୁଦେବପୁର ବିଜେପି ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି, ଜିଲ୍ଲା ଉପସଭାପତି ଗିରିଜା ଶଙ୍କର ନାୟକ, ସାଧାରଣ ସମ୍ପାଦକ ତପନ ମହାନ୍ତି ଙ୍କ ଉପସ୍ଥିତିରେ ଏକ ମହା ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।
ଏହି ଅବସରରେ ବିଭିନ୍ନ ଦଳର ବହୁ କର୍ମୀ ଓ ସମର୍ଥକ ନିଜ ନିଜ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଉପସ୍ଥିତ ନେତୃବୃନ୍ଦ ଙ୍କ ସହ ବିଜେପି ନେତା ଭାଗିରଥି ବଳ, ଅରୁଣ ମହାନ୍ତି, ମଣ୍ଡଳ ସଭାପତି ଅମର ନାୟକ, ଜଗବନ୍ଧୁ, ରତିକାନ୍ତ ଦଳାଇ, ଜଗବନ୍ଧୁ ନାୟକ, ବଳଭଦ୍ର ନାୟକ, ହେମନ୍ତ ପୁହାଣ, ନବଘନ ମାହୁନ୍ତ ପ୍ରମୁଖ ଙ୍କ ସହ ବହୁ କାର୍ଯ୍ୟ କର୍ତା ଉପସ୍ଥିତ ରହିଥିଲେ.ନୂତନ ଭାବେ ଯୋଗଦାନ କରିଥିବା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ସାଂସଦ, ଜିଲ୍ଲା ସଭାପତି ଓ ନେତା ବାଣୀ କଲ୍ୟାଣ ମହାନ୍ତି.
ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ଅଞ୍ଚଳର ବହୁ ଦଳୀୟ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ଜନସାଧାରଣ ଉପସ୍ଥିତ ରହିଥିଲେ।ଅଢେଇ ଶହ ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ବିଜେପି ରେ ସାମିଲ ହୋଇଥୁବାର ସୂଚନା ମିଳିଛି

Leave A Reply

Your email address will not be published.