କଲେ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ , ଦେଲେ ଜୁନାଗଡ଼ ଷ୍ଟାଡିଅମ ଉନ୍ନତିକରଣ ପ୍ରତିଶ୍ରୁତି
ଭୁବନେଶ୍ୱର (ଶାସକ ପ୍ରଶାସକ): ଦିନିକିଆ କଳାହାଣ୍ଡି ଗସ୍ତରେ ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆସି ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଛନ୍ତି | କରୋନା ସମୟରେ ବବି ଦାସଙ୍କ ଏହି ଗସ୍ତ ଅବସରରେ ଭବାନୀପାଟଣା ଠାରେ ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ କରିବା ସହ ଏକ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଉଦ୍ଘାଟନ କରିଥିଲେ | ଏଥି ସହ ଜୁନାଗଡ଼ ଗସ୍ତରେ ଯାଇ ସହରର ବିଜୁ ପଟ୍ଟନାୟକ ଷ୍ଟାଡିଅମକୁ ପରିଦର୍ଶନ କରି ଆଗାମୀ ଦିନରେ ଏହି ପଡିଆର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଏହି ଗ୍ରସ୍ତରେ ଓଡିଶା ସରକାରଙ୍କ ଶକ୍ତି,ଶିଳ୍ପ,ଏମ୍.ଏସ.ଏମ୍.ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ. ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ. ଧର୍ମଗଡ଼ ବିଧାୟକ ମୋହସଧି ବାଗ, ବିଜୁ ମହିଳା ଜନତା ଦଳର ନାରୀନେତ୍ରୀ କଲ୍ୟାଣୀ ନାୟକ. ଯୁବ ଜନତl ଦଳର ସଭାପତି ଆଦିତ୍ୟ ନନ୍ଦ. ପ୍ରଦୀପ ଦାସ ଅବିନାଶ ଠାକୁର. ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

କଲେ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ , ଦେଲେ ଜୁନାଗଡ଼ ଷ୍ଟାଡିଅମ ଉନ୍ନତିକରଣ ପ୍ରତିଶ୍ରୁତି