- ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ରଣନୀତି ଉପରେ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ରାମନଗର ହାଇଟେକ୍ ପ୍ଲାଜାସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ନେତୃତ୍ୱ ନେଇଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ କିପରି ବିଜୟ ହାସଲ କରିବ , ସେନେଇ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ରଣନୀତି ଏବଂ ଦିଗ୍ଦର୍ଶନ ପ୍ରଦାନ କରାଯାଇଥିଲା।
ଏହି ସାଧାରଣ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ , ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ ସମେତ ବିଭିନ୍ନ ଅଧ୍ୟକ୍ଷ , ଅଧ୍ୟକ୍ଷା , ସରପଞ୍ଚ , ସମିତି ସଦସ୍ୟ , ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ଯୋଗଦେଇଥିଲେ। ଏଥିସହ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟର ନବନିର୍ବାଚିତ ସମସ୍ତ ଯୁବ ନେତା ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା , ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବା ଏବଂ ଆଗାମୀ ନିର୍ବାଚନରେ ଦଳୀୟ ସଫଳତା ହାସଲ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକ ଦଳୀୟ ନେତା , ଜନପ୍ରତିନିଧି ଓ ଯୁବ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏକ ମିଳିତ ଦିଗ୍ନିର୍ଦ୍ଦେଶ ଦେଇଥିବା ଦେଖାଯାଇଥିଲା।