ପାଣିରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମ୍ରୁତ୍ୟୁ

0 2

Baragarh/Shasak prashasak) : ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାର ନୂଆପଡାରେ ରହୁଥିବା ସପ୍ତମ ଶ୍ରେଣୀ ଛାତ୍ର ଦାମୋଦର କଟାରେ ବୁଡି ଗୁରୁବାର ମ୍ରୁତ୍ୟୁ ହୋଇଛି। ମ୍ରୁତକ ହେଲେ ସତ୍ଯମ ମହାପାତ୍ର (୧୨) । ନିତିଦିନିଆ ପରି ବଟକ୍ରୁଷ୍ନ ମହାପାତ୍ରଙ୍କ ପୁଅ ସତ୍ଯମ ଦାମୋଦର କଟାକୁ ମଧାହ୍ନରେ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଉଥିଲେ। ପୋଖରୀ ହିଡରେ ଛେଳି ଚରାଉଥିବା ମହିଳା ଜଣକ ଏହା ଜାଣି ପାରି ପାଟି କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ନିକଟରେ ସ୍ନାନ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ତୁରନ୍ତ ତାକୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇ ଥିଲେ। ଡାକ୍ତର ପରୀକ୍ଷା କରି ମ୍ରୁତ ଘୋଷଣା କରିଥିଲେ। ଖବର ପାଇ ପୋଲିସ୍ ଶବକୁ ଜବତ କରି ତାର ପଞ୍ଚନାମା କରି ବ୍ଯବଛେଦ ସକାଶେ ବରଗଡ଼ ପଠାଇଥିଲା। ଏନେଇ ବିଜେପୁର ଥାନାରେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁକରି ପୋଲିସ୍ ତଦନ୍ତ କରୁଛି। ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଏହି ପରିବାରର ଏକମାତ୍ର ସନ୍ତାନର ମ୍ରୃତ୍ୟୁ ହୋଇଥିବାରୁ ସହରେ ଶୋକର ବାତାବରଣ ଖେଳି ଯାଇଛି। ସଂପ୍ରୁକ୍ତ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି।

Leave A Reply

Your email address will not be published.