ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲି ଠାରେ ଷଷ୍ଠ ଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର କୁ ୩୦ ୟୁନିଟ୍ ରକ୍ତ ଦାନ କରାଯାଇଥିଲା ।ରକ୍ତ ଦାତାଙ୍କର ମଧ୍ୟରେ ଜଣେ ମହିଳା ଓ ୨୯ ଜଣ ପୁରୁଷ ରକ୍ତ ଦାନ କଲେ। ବରପାଲି ତହସିଲଦାର ଅକ୍ଷୟ ବାଗ ଶିବିର କୁ ଉଦଘାଟନ୍ କରିଥିଲେ ଏବଂ ସମାଜସେବୀ ନରେନ୍ଦ୍ର ହୋତା ଓ ସମାଜ ଖବର କାଗଜର ସବ୍ ଏଡ଼ିଟର ଯୋଗେଶ ବଢେଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ରକ୍ତ ଅଭାବରୁ କେହି ଅସୁବିଧାରେ ନ ରୁହନ୍ତୁ କି କାହାରି ଜୀବନ ବିପଦରେ ନ ପଡୁ ଏହା ହିଁ ଆମର ମୂଲ ଉଦ୍ଦେଶ୍ୟ । ପ୍ରଥମ ସ୍ତର ରେ ପଶ୍ଚିମ ଓଡ଼ିଶାର ୨୮ ଟା ବ୍ଲକ୍ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରି ରକ୍ତ ଅଭାବ କୁ ଦୂର କରା ଯିବା ବଲି ସଭାପତି ଅଜିତ୍ କୁମାର ପତି କହିଥିଲେ। ସମ୍ପାଦକ ସୁମନ୍ତ ଶତପଥି, ଅନୁରାଗ ସେଠ୍, ସ୍ୱରୂପ ମିଶ୍ର, ଅଜିତ୍ ପଧାନ,ହିମାଂଶୁ କର୍ମୀ, ବିନୋଦ ଅଗ୍ରାରି, ପ୍ରକାଶ ବେହେରା, ସୈାମ୍ୟଜିତ୍ ମିଶ୍ର, ମନିଶ୍ ସାହୁ,ଗଜପତି ସାହୁ ଉପସ୍ଥିତ ଥିଲେ। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ।
Sign in
Sign in
Recover your password.
A password will be e-mailed to you.
Prev Post