ଡ଼ିଜିଙ୍କ ନିର୍ଦ୍ଦେଶକୁ ମାନିଲେ ନାହିଁ ଓଏସଏପି ଯବାନ !!!!

0 2
  • ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ |

  • ବିନା ଡିଉଟିରେ ପୁରୀ ଯାଇ ରଥ ବୁଲିଲେ ଓଏସଏପି ଯବାନ !

  • ପୋଲିସର ବାରବର୍ଷର ତପସ୍ୟା ଶୁଖୁଆ ପୋଷାରେ ଗଲା |

  • ଡିଜିଙ୍କ ନିର୍ଦ୍ଦେଶକୁ ବେଖାତିର, ସରକାରଙ୍କ ପ୍ରତିଶୃତିକୁ ଉପହାସ |

  • ଡ଼ିଜିଙ୍କ ନିର୍ଦ୍ଦେଶରେ ଏଡିଜି ଶୁଆ ପରି ବୁଝାଇ ଚିଠି ଲେଖିଲେ ବି ଖାତିର ପଡିଲାନି | 

ଭୁବନେଶ୍ୱର :  ଲୋକ ଅମାନିଆ ହେଲେ ସିନା ପୋଲିସ ସେମାନଙ୍କୁ ତାଗିଦ କରିବ ବା ଶୃଙ୍ଖଳା ଶିଖାଇବ ! ହେଲେ ପୋଲିସ ନିଜେ ଯଦି ବିଶୃଙ୍ଖଳିତ ହେବ ତେବେ ତାକୁ କିଏ ଶୃଙ୍ଖଳା ଶିଖାଇବ। କରୋନା ସମୟରେ ପୋଲିସର କାର୍ଯ୍ୟକଳାପ ପାଇଁ ସେମାନଙ୍କ ପ୍ରତି ଲୋକଙ୍କ ସମ୍ମାନ ବୃଦ୍ଧି ପାଇବା ସମୟରେ କିଛି ପୋଲିସ କର୍ମଚାରୀଙ୍କ ଆଚରଣ  ଓ ଉତ୍ସୃଙ୍ଖଳ ପୂର୍ଣ୍ଣ କାର୍ଯ୍ୟ କଳାପ ପୋଲିସର ମୁଣ୍ଡ ତଳକୁ କରିଦେଇଛି । ହେଲେ ଏବେ ଏମିତି ଅଭିଯୋଗ ଆସିଛି, ଯାହାକି ଅକ୍ଷମଣୀୟ | ଏମିତି   ବିଶୃଙ୍ଖଳାର ଅଭିଯୋଗ ଆସିଛି, ଯାହାକି ବିଶୃଙ୍ଖଳାର ଚରମସୀମାରେ ପହଞ୍ଚିଯାଇଛି | ଆଉ ଏ ଅଭିଯୋଗ ଆସିଛି କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ । ଡିଜି ଶୁଆ ପରି ବୁଝାଇ ଚିଠି ଲେଖିଲେ | ଲକ ଡାଉନ ସମୟରେ ଯାଜପୁର ଥାନା ବାବୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଯୋଗୁ ପୋଲିସ କେମିତି ବଦନାମ ହେଇଛି ତାହା ବି ବୁଝାଇ ଲେଖିଲେ | କିଛି ପୋଲିସ ଅଧିକାରୀ ସରକାରୀ ଡ୍ୟୁଟି ବାହାନାରେ ପୁରୀ ଯିବାର ଆଶଙ୍କା ଥିବାରୁ ସେମାନଙ୍କୁ ପୁରୀରେ ପ୍ରବେଶ କରିବାକୁ ନଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ହେଲେ ଅଫିସର ଯିବେ କଣ, କିଛି ଓଏସଏପି ଯବାନ ଏହି ନିର୍ଦ୍ଦେଶକୁ କଲେ ଖୋଲା ଉଲ୍ଲଙ୍ଘନ | କରୋନା କଟକଣା ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ  ମାନି ସବୁ ବର୍ଷର ପରମ୍ପରା ଭାଙ୍ଗି ମୁଖ୍ୟମନ୍ତ୍ରୀ  ପୁରୀ ଗଲେନାହିଁ | ହେଲା ଓଏସଏପି ଷଷ୍ଠ ବାଟାଲିୟନ କଟକର କିଛି ଯବାନ ସୁପ୍ରିମକୋର୍ଟ ତଥା ସରକାରଙ୍କ ନିର୍ଦ୍ଦେଶକୁ ଫୁ କରିବା ସହ ଖୋଦ ପୋଲିସ ମହା ନିର୍ଦ୍ଦେଶକ  ବା  ଡିଜିଙ୍କ ନିର୍ଦ୍ଦେଶକୁ ଉପହାସ କରିଛନ୍ତି । ଖୋଦ ଅତିରିକ୍ତ ମହାନିର୍ଦ୍ଦେଶକ( ଆଇନ-ଶୃଙ୍ଖଳା) ଙ୍କ ଦସ୍ତଖତରେ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମାକୁକୁ ପାଦରେ ଦଳି ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ମହାନିର୍ଦ୍ଦେଶକଙ୍କ ବାରଣ ସତ୍ତ୍ୱେ, ସୁପ୍ରିମକୋର୍ଟ କଟକଣା ଓ ସୁପ୍ରିମ କୋର୍ଟରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଉପହାସ କରି ରଥଯାତ୍ରା ଦିନ ଡ୍ୟୁଟି ନଥାଇ ଖାକି ବର୍ଦ୍ଧିରେ ପୁରୀରେ ପହଞ୍ଚି ରଥଯାତ୍ରା ବୁଲିବା ସହ ମଉଜ ମଜଲିସ କରିଛନ୍ତି  ଆଉ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି  ଓଏସଏପି ଷଷ୍ଠ ବାଟାଲିୟନ କଟକର କିଛି ଜବାନ !  ଏ ବିଷୟ ପ୍ରଘଟ ହେବା ପରେ  ଓ ଅଭିଯୋଗ ପଦାକୁ ଆସିବା ପରେ ଏବେ ତାହା ସାଜିଛି କିଳା ।  ପୋଲିସ ବାହିନୀ ମୁହଁରେ ବୋଲି ଦେଇଛି କଳା | ଅଭିଯୋଗ ଅନୁଯାୟୀ ବା ରଥ ସମ୍ମୁଖରେ ଫୋଟୋରେ ଦୃଶ୍ୟମାନ ହେଉଥିବା ଯବାନ,  ଯେଉଁମାନେ ବିନା ଡ୍ୟୁଟିରେ ପୁରୀ ଯାଇ ରଥ ଯାତ୍ରା ବୁଲିଥିଲେ ସେମାନଙ୍କ ନାମ S/800 ଅଶୋକ ବେହେରା, S/535 ରାଜେଶ  ସାହୁ “ଦ୍ଵିଜରାଜ  ବିଶ୍ୱାଳ , ଜି ଶଙ୍କର ରାଓ, Lnk.ବିମଲ ପାତ୍ର ବୋଲି ଜଣ ପଡିଛି |  ଏମାନେ ସମସ୍ତେ  “OSAP ଷଷ୍ଠ ବାଟାଲିୟନ କଟକର | ଏ ଅଭିଯୋଗକୁ ନେଇ ଏବେ ପୋଲିସ ବାହିନୀରେ ଚର୍ଚ୍ଚା ଜୋରଦାର | ସେଠାକୁ ଏମାନଙ୍କ ଡ୍ୟୁଟି ନଥାଇ କେମିତି ଗଲେ !!! ନା ସେମାନଙ୍କୁ କିଏ ସ୍ୱତନ୍ତ୍ର ଆଦେଶ ଦେଇ ପୁରୀ ପଠାଇଥିଲେ ! ତାର ନିରପେକ୍ଷ ତଦନ୍ତ କରି କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଅପେକ୍ଷା |  ଶୃଙ୍ଖଳା ତଥା ନିଷ୍ଠାର ସହ ରଥଯାତ୍ରା ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ମହା ନିର୍ଦ୍ଦେଶକ ଓ ଅତିରିକ୍ତ ମହାନିର୍ଦ୍ଦେଶକ ଯେଉଁ ବିଶ୍ୱାସ ରଖିଥିଲେମ ସେଥିରେ ସେମାନେ ଦେଇଛନ୍ତି ବିଷ |  ଆଉ ତାକୁ ନେଇ ଏବ ଚାଲିଛି ତନାଘନା  । 

 ଡିଜିଙ୍କ ଆଦେଶରେ ଅତିରିକ୍ତ ଡିଜି (ଆଇନ -ଶୃଙ୍ଖଳା ) ଶୁଆ ଭଳି ବୁଝାଇ ନିର୍ଦ୍ଦେଶନାମା ବାହାର କଲେ ।  ସମସ୍ତ ପୋଲିସ ଏଷ୍ଟାବ୍ଲିସମେଣ୍ଟର ମୁଖ୍ୟମାନଙ୍କୁ ସେହି  ନିର୍ଦ୍ଦେଶନାମା ସମ୍ବଳିତ ପତ୍ର ପ୍ରେରଣ କରାଯାଇଥିଲା। 

ଚିଠିରେ ଲେଖାଥିଲା ” କରୋନା ମହାମାରୀ ଯୋଗୁ ବିିନା ଭକ୍ତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋଟଙ୍କ  ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ  ନିଶେଧାଦେଶ ଜାରି କରିଥିବା ବେଳେ  କର୍ଫ୍ୟୁ ଜାରି କରିଛନ୍ତି  । ଯେହେତୁ ପ୍ରାୟତଃ ନିୟନ୍ତ୍ରଣ  ପୋଲିସ ହାତରେ ତେଣୁ ଆମକୁ ଅଧିକ ଯତ୍ନବାନ ହେବାକୁ ପଡିବ । କେବଳ ନିୟମର ଅନୁପାଳନ ନୁହେଁ, ନିଷ୍ଠାର ସହ ତାହାର ଅନୁପାଳନ ହେଉଥିବା ସାଧାରଣରେ ପ୍ରତିୟମାନ ହେବା ଉଚିତ । ଲକ ଡାଉନ ପିରିୟଡରେ ଯାଜପୁରର ଜଣେ ପୋଲିସ ଅଫିସର ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ଘଟଣାରେ ପୋଲିସ ବାହିନି କେତେ ଅପପଦସ୍ଥ ହୋଇଛି ତାହା ଆମକୁ ମନେ ରଖିବାକୁ ପଡବ । ହୁଏତ ଆମର କିଛି ଅଫିସର ଏକାକୀ ବା ପରିବାର ସହ ରଥ ଯାତ୍ରା ଦେଖିବାକୁ ଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ  । ତେଣୁ ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେଉଁମାନଙ୍କର ପୁରୀ ଜିଲ୍ଲାରେ ପୋଷ୍ଟିଙ୍ଗ ହୋଇଛିି ବା ପୋଲିସ ମୁଖ୍ୟାଳୟ ଦ୍ୱାରା ଆଇନ ଶୃଙ୍ଖଳା ଡ୍ୟୁଟି  ପାଇଁ ପୁରୀକୁ ଡେପୁଟ କରାଯାଇଛିି , ସେମାନଙ୍କ ବ୍ୟତିତ ଅନ୍ୟ  କୈଣସି ଅଫିସର ସରକାରୀ ଡିଉଟିରେ ପୁରୀ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଯାଇପାରିବେନି କି ପୁରୀରେ ପ୍ରବେଶ ପାଇଁ ଅନୁମତି ପାଇବେନି । ଯଦି ସ୍ଥଗିତ ନରଖିପାରିଲା ଭଳି କୈଣସି ପରିସ୍ଥିତି ସୃଷ୍ଟି ହୁଏ ବା ବାଧ୍ୟବାଧକତା ଥାଏ ତେବେ ପୋଲିସ ମୁଖ୍ୟାଳୟରୁ  ଅତିରିକ୍ତ ମହାନିର୍ଦ୍ଦେଶକ  (ଆଇନ ଶୃଙ୍ଖଳା)ଙ୍କୁ ଲିଖିତ ଅନୁରୋଧ କରି ତାଙ୍କଠାରୁ ଅନୁମତି ପୂର୍ବକ ସରକାରୀ କାର୍ଯ୍ୟରେ ପୁରୀ ଯାଇପାରିବେ” ବୋଲି ଅତିରିକ୍ତ ମହାନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ | 

ହେଲେ ସରକାର, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ସେବାୟତଙ୍କ ପୂର୍ଣ୍ଣ ସହଯୋଗରେ ରଥଯାତ୍ରା ବିନା ଶ୍ରଦ୍ଧାଳୁରେ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ବେଳେ ଷଷ୍ଠ ବାଟାଲିୟନର କିଛି ଯବାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପ ପୋଲିସ ମୁହଁ ତଳକୁ କରିଦେଇଛି | ବାରବର୍ଷର ତପସ୍ୟା ଯାଇଛି ଶୁଖୁଆ ପୋଡ଼ାରେ | ଦେଖାଯାଉ ଏଭଳି ବିଶୁଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଥିବା ଯବାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ପୋଲିସ ପ୍ରଶାସନ | ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ପୋଲିସ ପ୍ରଶାସନ ନିରପେକ୍ଷ ତଦନ୍ତ ପୂର୍ବକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି | 

Leave A Reply

Your email address will not be published.