ବୁର୍ଲା ଏମସିଏଲ ମୁଖ୍ୟ କାର୍ଯ୍ୟାଳୟରେ ନୂତନ ସିଏମଡିଙ୍କ ଯୋଗଦାନ

 ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ସମ୍ବଲପୁର ବୁର୍ଲା ସ୍ଥିତ ଏମ ସି ଏଲ ମୁଖ୍ୟାଳୟରେ  ଆଜି ନୂତନ ସି ଏମ ଡି ଭାବେ ଯୋଗ ଦେଇଛନ୍ତି ପି କେ ସିହ୍ନା। ସେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ପଶ୍ଚିମ ଓଡ଼ିଶା ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ମନ୍ଦିରକୁ ଯାଇ ମନ୍ଦିର ବାହାରରେ ପୂଜାର୍ଚ୍ଚନା…

ଗରିବଙ୍କୁ ସୁଖା ରାସନ ବଂଟନ

ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ଅଗ୍ରସେନଭବନଠାରେ ମୁକୁଲ ମାଧବ ଫାଉଣ୍ଡେସନ ଏବଂ ଫିନୋଲେକ୍ସ ପାଇପ କମ୍ପାନୀ ତରଫରୁ ୫ଶହ ଗରିବ ଓ ଅସହାୟ ଲୋକଙ୍କୁ ସୁଖା ରାସନ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଦୀପକ ଏଂଟରପ୍ରାଇଜେସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ  ହୋଇଯାଇଛି  ।…

ନୂଆବର୍ଷ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି : ଡିସେମ୍ବର ୩୧ ପର୍ଯ୍ୟନ୍ତ ବଂଦ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଡିସେମ୍ୱର ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ ; ଏ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ | ଏ ମର୍ମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦସ୍ତଖତରେ ବାହାରିଛି ବିଜ୍ଞପ୍ତି | ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ…

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ବାବୁଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର– ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ୱର ୯ ନମ୍ବର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଯାଇଅଛି । ପୂର୍ବାହ୍ନ ୭ ଘଟିକା ସମୟରେ କୁଆଖାଇ ନଦୀରେ…

ଗ୍ରାମ୍ୟ ଉନ୍ନୟନ ବିଭାଗ-(୧)ଦ୍ଵାରା ନିର୍ମିତ ରାସ୍ତା ନିମ୍ନ ମାନର !

ଗ୍ରାମବାସୀ ଙ୍କ ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅବସ୍ଥା । ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ-(୧)ଦ୍ଵାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ର ପାର୍କନମାଲା ପଞ୍ଚୟତର ବାଲିମେଳା ରୁ ଜୟପୁର 326 ନମ୍ବର ଜାତୀୟ ରାଜପଥ…

ସାମ୍ବାଦିକ ଙ୍କ ବିୟୋଗରେ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି।

ମାଲକାନଗିରି( ବି ଶ୍ରୀନିବାସ ପାତ୍ର): କରୋନା ଯୁଦ୍ଧରେ ଯୋଦ୍ଧା ସାଜି ଶେଷରେ ଯୁଦ୍ଧରେ ହାରି ଯାଇଥିଲେ ବୈଦୁତିକ ଗଣମାଧ୍ୟମର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ। କିଛିଦିନ ତଳେ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।…

ମାଲକାନଗିରି ଜିଲ୍ଲାରେ ହ୍ରାସ ହୋଇଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା 

ମ୍ୟାଲେରିଆ ନିୟନ୍ତ୍ରଣ ଓ ଏହାର ପରବର୍ତ୍ତୀ ପଦକ୍ଷେପ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ । ମାଲକାନଗିରି (ଶ୍ରୀନିବାସ ପାତ୍ର) :  ଜିଲ୍ଲାରେ ଗତବର୍ଷ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ୩୬୪୦ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ସ୍ଥଳେ ଏ ବର୍ଷ ଜୁଲାଇରୁ  ଅକ୍ଟୋବର ପର୍ଯ୍ୟନ୍ତ ୧୩୪୦ ମ୍ୟାଲେରିଆ…

ଅସହାୟ ଦିବ୍ୟାଙ୍ଗ ଛାତ୍ରର ଦୁଃଖରେ ସାହା ହେବ କିଏ ।

ମାଲକାନଗିରି ( ବି ଶ୍ରୀନିବାସ ପାତ୍ର) : କୋରକୁଣ୍ଡା ବ୍ଲକର ଖ୍ରୀଷ୍ଟିଆନ ସାହିରେ ରହୁଥିବା ଜଣେ ଦିବ୍ୟାଙ୍ଗ ଛାତ୍ର ବି ୟାକବଙ୍କ ଦୁଃଖର କଥା କହିଲେ ନ ସରେ। ଦୁଃଖ ଦୁଇଟି ମାତ୍ର ଅକ୍ଷର, ଏହି ଶବ୍ଦ ଭାବରେ ଲୁଚି ରହିଛି ଅନେକ କୋହ ଯନ୍ତ୍ରଣା ବିଷାଦଭରା କରୁଣ କାହାଣୀ। ବର୍ଷ ତଳେ ରାସ୍ତା କାମ…

ଏମଜିନରେଗାରେ ଏଣିକି ଅଣକୁଶଳୀ ଶ୍ରମିକଙ୍କୁ ମିଳିବ ଅଧିକ ୯୬.୪୦ ଟଙ୍କା ମଜୁରୀ 

 ସୁନ୍ଦରଗଡ଼ ଜିଲ୍ଲାରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଅଣକୁଶଳୀ ଶ୍ରମିକଙ୍କୁ ଏହି ଅତିରିକ୍ତ ଅର୍ଥ ଯୋଗାଇଦେବା ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ଼, (ଶାସକ ପ୍ରଶାସକ ): ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ…

ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ରାଧାକୃଷ୍ଣ ଭଞ୍ଜ ଜୟନ୍ତୀ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ଏମକେସି ହାଇସ୍କୁଲ ପରିସରରେ ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ  ସ୍ୱର୍ଗତ ରାଧାକୃଷ୍ଣ ଭଞ୍ଜଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର…