ଲଉଡ଼ିଦର୍ହା ରେ ଭସାଣି ଯାତ୍ରା ସହ ସମାପନ ହେଲା କୁମାର ପୂର୍ଣ୍ଣିମା ରାବଣପୋଡ଼ି

52

ଝାରବନ୍ଧ – ମନୋହର ଦାଶ: ଝାରବନ୍ଧ ବ୍ଲକ ଲଉଡ଼ିଦରହା ଗ୍ରାମରେ ଅନୁଷ୍ଠିତ 34ତମ କୁମାର ପୂର୍ଣ୍ଣିମା ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଛି। ଚଳିତ ବର୍ଷ ର ପୂଜା ରେ ବ୍ୟୟବହୁଳ ଖର୍ଚ ରେ ଆକର୍ଷଣୀୟ ତୋରଣ ସାଙ୍ଗ କୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ ଏବଂ ଅନ୍ନପ୍ରସାଦ ସମସ୍ତ ଙ୍କର ମନ ଛୁଇଁଥିଲା । ଏହି ପୂଜା ରେ ରୋହନ ଭୋଇ,ସିଲକି ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ।

ପଣ୍ଡିତ ମନୋଜ ପାଢ଼ୀ ,ଖଗେଶ୍ୱର ମହାପାତ୍ର,ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଉତ୍ସବ ରେ ପଦ୍ମପୁର ର ବରିଷ୍ଠ ଆଇନ ପରାମର୍ଶ ଦାତା ଯୋଗେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ। ରାବଣପୋଡ଼ି ଉତ୍ସବ ଗାଁ ର ଏକତା ଓ ଭାଇଚାରା ର ପର୍ବ ବୋଲି କହିଥିଲେ।କର୍ତ୍ତା ରୋହନ ଭୋଇ ଚାଳିଶ ଫୁଟ ଉଚ୍ଚ ରାବଣ ପ୍ରତିକୃତି ଅଗ୍ନି ସଂଯୋଗ କରିଥିଲେ । ଏହି ଅବସର ରେ ଆତସବାଜି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

ରାବଣ ପୋଡ଼ି ଦେଖିବାକୁ ଆଖପାଖ ଗ୍ରାମ ଓ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳ ରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଜଗଦଲପୁର୍ ପୋଲିସ ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ।ପୋଲିସ ମୁତୟନ କରାଯାଇଥିଲା। ପୂଜା କମିଟି ସଭାପତି କିଶୋର ସାମଲ,ସମ୍ପାଦକ ରାମଦାସ ମାଝୀ,ନରେଶ ଠାକୁର,ମନୋଜ ପ୍ରଧାନ,ରାଜକୁମାର ଭୁଏ,ଅକ୍ଷୟ ଭୁଏ,ରାହୁଲ ଭୋଇ,ସୁଶାନ୍ତ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.