ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମହାରାଷ୍ଟ୍ର ଶ୍ରୀ ସାଇବାବାଙ୍କ ପବିତ୍ର ଧାମ ସିରିଡିରେ ତିନି ଦିନ ଧରି ସାଇ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ଗୁଣପୁର ନୃତ୍ୟଶ୍ରୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଚିତାକର୍ଷକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ତିନିଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବରେ ଗୁଣପୁର କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ନୃତ୍ୟ ଉଚ୍ଚ ପ୍ରଶଂସା ଲାଭ କରିଥିଲା। ନୃତ୍ୟଗୁରୁ ନୃତ୍ୟାଙ୍ଗନା ଡ଼ଃ ରିନାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣପୁରର କୁନି କୁନି ନୃତ୍ୟଶିଳ୍ପୀ ସୁନିଧି ରଥ ,ପ୍ରାଚି ପରଣିତା ଦାସ,ସୋନାକ୍ଷୀ ବେହେରା,କେ ପ୍ରତୀକ, ଯୋଶୋସ୍ୱିନି ଦାସ,ଜି ଲକ୍ଷ୍ମୀ ଶ୍ରୀ,ଭି ନିଖିତା ,ସାଇ କାନଭି,ସିଲା ସୁଭଦ୍ରା ପ୍ରମୁଖ ନୃତ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ସିରିଡି ସାଇବାବା ମନ୍ଦିର ଟ୍ରଷ୍ଟର ଆମନ୍ତ୍ରଣ କ୍ରମେ ଗୁଣପୁର ର ନୃତ୍ୟଶ୍ରୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ସିରିଡି ଯାଇଥିଲେ।
Sign in
Sign in
Recover your password.
A password will be e-mailed to you.