ଶ୍ରୀ ଶ୍ରୀ ଭାରତମାତା ମନ୍ଦିରର ୪ର୍ଥ ପ୍ରତିଷ୍ଠା  ମହୋତ୍ସବ

0

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଶ୍ରୀ ଶ୍ରୀ ଭାରତ ମାତା ବିକାଶ ସମିତି ଆନୁକୂଲ୍ୟରେ  ଭଦ୍ରକ-ବାଇପାସ ଭାରତମାତା ଛକ ସ୍ଥିତ ଭାରତମାତା ମନ୍ଦିରର ୪ର୍ଥ ବାର୍ଷିକ ତି୍ରଦିବସୀୟ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି । ଏଥି ଉପଲକ୍ଷେ ଶୁଭ ପ୍ରଭାତରେ ବହୁ ସଂଖ୍ୟାରେ ମହିଳା କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ ।  ୧୫ ଜଣ ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ , ଘଣ୍ଟଘଣ୍ଟା, କୀର୍ତ୍ତନ, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ମା’ଙ୍କ ମନ୍ଦିର । ୩ଦିନ ଧରି ପାଳିତ ହେଉଥିବା ଏହି ପ୍ରତିଷ୍ଠା  ମହୋତ୍ସବରେ ବହୁ ମାନ୍ୟଗଣ୍ୟ , ଜ୍ଞାନୀ ଗୁଣି , ଆଧ୍ୟାତ୍ମିକ  ମାର୍ଗଦର୍ଶକ ଓ ଶ୍ରଧାଳୁଙ୍କ ସମାଗମ ଦେଖାଯାଇଥିଲା । କମିଟିର ଶତାଧିକ କର୍ମକର୍ତ୍ତାଙ୍କ ପରିଚାଳନାରେ ଏହି ଅଂଚଳର ବହୁ ଗ୍ରାମବାସୀ ସାମିଲ ହୋଇଛନ୍ତି । ପ୍ରଥମ ଦିବସରେ ରିତି ନିତିରେ ମା’ ଙ୍କୁ ପୂଜାର୍ଚ୍ଚନା, ଜଳାଧିବାସ, ହନୁମାନ ଚାଳିସା ଓ ଅଙ୍କୁରାର୍ପଣ ପ୍ରଭୃତି ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀଶର୍ମା, କୃଷ୍ଣଚନ୍ଦ୍ର ମିଶ୍ର, ପରମାନନ୍ଦ ପଣ୍ଡା, ଦିଲ୍ଲିପ କୁମାର ଉଦଗାତା, କାର୍ତ୍ତିକ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ତ୍ରିପାଠୀ , ରବିନାରାୟଣ ମିଶ୍ର, ଅଭୟ କୁମାର ପଣ୍ଡା, ବିମଳ କୁମାର ମିଶ୍ର, ସନ୍ତୋଷ କୁମାର ଶତପଥି, ବାପି ଆଚାର୍ଯ୍ୟ ପ୍ରମୁଖ ପୂଜା କାର୍ଯ୍ୟ ଆରମ୍ଭ କରିଛନ୍ତି ।  ସେହିପରି ଆସନ୍ତା କାଲି ସୁର୍ଯ୍ୟପୁଜା , ଗୋପୂଜା , ପ୍ରଧାନ ସଂକଳ୍ପ ଓ ୩ୟ ଦିବସରେ ପୂଜାସହ ଚଣ୍ଡିଯଜ୍ଞ , ଗୀତାଯଜ୍ଞ, ପୁର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେବବୋଲି କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ସୂଚନା ମିଳିଛି ।ସମାଜସେବୀ ତଥା ପ୍ରତିଷ୍ଠାତା  କିଶୋର ମହାପାତ୍ର, ଶେଖର ମହାପାତ୍ର, ମନ୍ଦିର କମିଟି ସଂପାଦକ ସିତାଂଶୁ ମହାପାତ୍ର , ଅମୃତା ସୀତାଂଶୁ ମହାପାତ୍ର, ହିମାଂଶୁ ମହାପାତ୍ର, ବିଜୟ ମହାନ୍ତି, ସୁଶାନ୍ତ ପାଲ, ଅତିଶ ବେହେରା,ନରେନ୍ଦ୍ର ବେହେରା, ମଦନ ମିଶ୍ର, କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ବେହେରା, ପଦ୍ମନାଭ ପଣ୍ଡା, ଧନେଶ୍ୱର ବେହେରା,  ପ୍ରମୁଖ ଅନ୍ୟାନ୍ୟ ସଭ୍ୟ ପ୍ରମୁଖ ମା’ଙ୍କ ମନ୍ଦିର ପ୍ରତିଷ୍ଠା  କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.